ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଟ୍ରେନ୍

0

ଢ଼େଙ୍କାନାଳ: ଏକ ବଡ ଧରଣର ଦୁର୍ଘଟଣାରୁ ବିଶାଖାପାଟଣା-ଅମୃତସର ଏକ୍ସପ୍ରେସ୍‌ ଟ୍ରେନ ଅଳ୍ପକେ ବର୍ତ୍ତି ଯାଇଛି। ସକାଳ ୧୦ଟା ସମୟରେ ଢେଙ୍କାନାଳ ଶ୍ୟାମାଚରଣପୁର ଷ୍ଟେସନ ନିକଟରେ ଟ୍ରେନରେ ହଠାତ୍ ଯାନ୍ତ୍ରିକ ତଅୁଟି ଦେଖିବାକୁ ମିଳିଥିଲା। ଫଳରେ ହଠାତ୍ ଟ୍ରେନଟି ପ୍ରାୟ ୧ ଘଣ୍ଟା ଅଟକି ଯାଇଥିଲା। ଯାହା ଦ୍ବାରା ଟ୍ରେନ୍ ଚଳାଚଳ ସାମାନ୍ୟ ରୂପେ ବାଧାପ୍ରାପ୍ତ ହୋଇଥିଲା। ସୂଚନା ପାଇ ଶ୍ୟାମାଚରଣପୁର ଷ୍ଟେସନରୁ କର୍ମଚାରୀ ପହଞ୍ଚି ମରାମତି କରିବା ପରେ ଟ୍ରେନଟି ଚଳାଚଳ ସ୍ବାଭାବିକ ହୋଇଥିଲା। ଟ୍ରେନରେ ଥିବା ସାମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣପଡିଛି।

Leave A Reply