ରାୟଗଡ଼ା-ଟିଟିଲାଗଡ଼ ରୁଟ୍‌ରେ ଚାଲିବ ବାତିଲ୍‌ ହୋଇଥିବା ଦୁଇଟ୍ରେନ୍‌

0

ଭୁବନେଶ୍ୱର : ଚଳିତ ମାସ ୧୭ ତାରିଖରୁ ଦୁର୍ଗ-ଜଗଦଲପୁର-ଦୁର୍ଗ ଭାୟା ଟିଟିଲାଗଡ଼,ରାୟପୁର, କୋରାପୁଟ୍‌ ଚଳାଇବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତ୍ତି ହୋଇଛି। ଗତବର୍ଷ ଜୁଲାଇ ମାସରେ ପ୍ରବଳ ବର୍ଷାରେ ଥେରୁବାଲି-ସିଗନାପୁର ସେକ୍ସନ୍‌ ମଧ୍ୟରେ ରେଳପୋଲ ଧୋଇଯିବା ପର ଠାରୁ ଉପରୋକ୍ତ ଦୁଇ ଟ୍ରେନ୍‌କୁ ବାତିଲ କରାଯାଇ ଥିଲା। ଚଳିତ ମାସ ୧୩ ତାରିଖରୁ ରାଉରକେଲା-କୋରାପୁଟ ଏକ୍ସପ୍ରେସ୍‌ ଏବଂ ୧୪ ତାରିଖରୁ କୋରାପୁଟ-ରାଉରକେଲା ଏକ୍ସପ୍ରେସ୍‌ ଏହା ପୂର୍ବନିର୍ଦ୍ଧାରିତ ସମୟରେ ଚଳାଚଳ ଆରମ୍ଭ କରିବ।
ସପ୍ତାହକୁ ତିନିଦିନ ଚଳାଚଳ କରୁଥିବା ଦୁର୍ଗ-ଜଗଦଲପୁର ଏକ୍ସପ୍ରେସ୍‌ ୧୭ ତାରିଖରୁ ଏବଂ ଜଗଦଲପୁର-ଦୁର୍ଗ ଏକ୍ସପ୍ରେସ୍‌ ୧୮ ତାରିଖରୁ ପୂର୍ବ ନିର୍ଦ୍ଧାରିତ ସମୟରେ ଚଳାଚଳ କରିବ। କୋରାପୁଟ-ସମ୍ବଲପୁର-କୋରାପୁଟ ପାସେଞ୍ଜର ଟ୍ରେନ୍‌ର ବାତିଲ ସୀମାକୁ ଚଳାଚଳ ଚଳିତ ମାସ ୩୦ ତାରିଖ ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯାଇଛି।

Leave A Reply