ରେଳ ଧାରଣା ମରାମତି ପରେ ରାୟଗଡ଼ାରେ ରେଳ ଚଳାଚଳ ସ୍ୱଭାବିକ

ରାୟଗଡ଼ା : ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ  ଲଘୁଚାପ ଡ଼ିପ ଡ଼ିପ୍ରେସନରେ ପରିଣତ ହେବା ପରେ ସାରା ରାଜ୍ୟରେ ବର୍ଷା ହୋଇଛି। ବର୍ଷା ପ୍ରଭାବରେ ରାୟଗଡ଼ା ଆମ୍ବଦଳା ଷ୍ଟେସନ ନିକଟରେ ଧୋଇଯାଇଥିବା ରେଳ ଧାରଣା ମରାମତି କରାଯିବା ପରେ ଶୁକ୍ରବାର ରେଳ ଚଳାଚଳ ସ୍ୱଭାବିକ ହୋଇଛି। ପ୍ରାୟ ୩୬ ଘଣ୍ଟା ପରେ ରେଳ ଚଳାଚଳ ସ୍ୱଭାବିକ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଲଗାଣ ବର୍ଷା କାରଣରୁ ଦୁଇ ଦିନ ପୂର୍ବରୁ ରାୟଗଡ଼ା-ଟିଟିଲାଗଡ଼ ମଧ୍ୟରେ ରେଳ ଧାରଣା ଉପରେ ବନ୍ୟାଜଳ ପ୍ରବାହିତ ହୋଇ ପ୍ରାୟ ୧୦୦ ମିଟର ଯାଏଁ ରେଳ ଧାରଣା ଧୋଇ ଯାଇଥିଲା। ଫଳରେ ଟିଟିଲାଗଡ଼ ରୁଟରେ କିଛି ଟ୍ରେନର ଗତିପଥ ବଦଳାଇ ଯାଇଥିବା ସହ ଅନ୍ୟ କିଛି ଟ୍ରେନକୁ ବାତିଲ କରାଯାଇଥିଲା।

Comments are closed.