ଟ୍ରାକରେ ଅଟକିଛି ମାଲଗାଡି, ଟ୍ରେନ ଚଳାଚଳ ବ୍ୟାହତ

କଲ୍ୟାଣସିଂହପୁର : ଯାନ୍ତ୍ରିତ ତ୍ରୁଟି ଯୋଗୁଁ କେଉଟଗୁଡା ଷ୍ଟେସନରେ ଏକ ମାଲଗାଡି ଅଟକି ରହିଛି ।  ଗୁରୁବାର ସକାଳେ କୋଇଲା ନେଇ ରାୟଗଡ଼ାରୁ ଦାମନଯୋଡ଼ିର ନାଲ୍‌କୋ ଅଭିମୁଖେ ଯାଉଥିବା ବେଳେ ଇଞ୍ଜିନ ଅଚଳ ହୋଇ ଟନେଲ୍ ମଧ୍ୟରେ ମାଲ୍‌ଗାଡ଼ିଟି ଅଟକି ଯାଇଥିଲା। ଫଳରେ କୋରାପୁଟ-ରାୟଗଡ଼ା ଦେଇ ରେଳ ଚଳାଚଳ ବନ୍ଦ ରହିଛି । ଜଗଦଳପୁର-ହାଓ୍ବଡା ସମଲେଶ୍ୱରୀ ଏକ୍ସପ୍ରେସ୍‌ କେଉଟଗୁଡ଼ା, ବିଶାଖାପାଟଣା-କୋରାପୁଟ ଡିଏମ୍‌ୟୁ ଶିକରପାଇ ଏବଂ କୋରାପୁଟ-ବିଶାଖାପାଟଣା ଡିଏମ୍‌ୟୁ ଭାଲୁମାସ୍କା ଷ୍ଟେସନ୍‌ ଠାରେ ଅଟକି ରହିଛି।

Comments are closed.