ବଗିକୁ ଛାଡି ପଳାଇଲା ଟ୍ରେନ ଇଞ୍ଜିନ, ମରାମତି ପରେ ଗଡ଼ିଲା

କଟକ : ବଗିକୁ ଛାଡ଼ି ପଳାଇଲା ରାଜଧାନୀ ଏକ୍ସପ୍ରେସ ଇଞ୍ଜିନ। ମଙ୍ଗଳବାର ରାଜଧାନୀ ଏକ୍ସପ୍ରେସ ଭୁବନେଶ୍ବରରୁ ନୂଆଦିଲ୍ଲୀ ଯାଉଥିବା ବେଳେ କାଠଯୋଡ଼ି ବ୍ରିଜ ଉପରେ ଏଭଳି ଘଟଣା ଘଟିଥିଲା। ଫଳରେ ବ୍ରିଜ ଉପରେ ବଗିଗୁଡ଼ିକ ଅଟକି ରହିଥିଲା। ଏ ନେଇ ରେଲୱେ କର୍ତ୍ତୃପକ୍ଷଙ୍କୁ ଖବର ମିଳିବା ପରେ ଘଟଣାସ୍ଥଳକୁ କର୍ମଚାରୀ ପଠାଯାଇଥିଲା। କିଛି ସମୟ ମଧ୍ୟରେ ମରାମତି କରାଯିବା ପରେ ପୁଣି ଇଞ୍ଜିନ ସହ ଟ୍ରେନ ଗଡ଼ିଥିଲା। ଏଭଳି ଘଟଣା କିପରି ଘଟିଲା ତାହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଖୋର୍ଦ୍ଧା ଡିଆରଏମ୍‌ ନିର୍ଦେଶ ଦେଇଛନ୍ତି। ଟ୍ରେନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି।

Comments are closed.