ତିତଲି ପ୍ରଭାବ: ଟ୍ରେନ ବାତିଲ ଓ ସମୟ ପରିବର୍ତ୍ତନ

0

ଭୁବନେଶ୍ବର : ସାମୁଦ୍ରିକ ଝଡ଼ ତିତଲିର ଗତି ପରିବର୍ତ୍ତନ ସତ୍ତ୍ବେ ସାରା ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାର ସ୍ଥିତି ସଙ୍ଗୀନ ହୋଇ ଉଠିଛି। ଟ୍ରେନ୍ ଲାଇନ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ରେଳବାଇ କର୍ତ୍ତୃପକ୍ଷ ୧୬ଟି ଟ୍ରେନ୍ ଚଳାଚଳ ବାତିଲ କରିଛନ୍ତି। ଅନ୍ୟ କେତେକ ଟ୍ରେନର ଚଳାଚଳ ସମୟ ପରିବର୍ତ୍ତନ କରାଯାଇଛି।
ରେଳବାଇ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଚେନ୍ନାଇରୁ ଶୁକ୍ରବାର ଦିନ ଛାଡ଼ିବାକୁ ଥିବା ଚେନ୍ନାଇ-, ଭୁବନେଶ୍ୱର ଏକ୍ସପ୍ରେସକୁ ବାତିଲ କରାଯାଇଛି। ଗୌହାଟୀରୁ ଛାଡ଼ିବାକୁ ଥିବା ଗୌହାଟୀ- ବେଙ୍ଗାଲୁର ଟ୍ରେନ, ଉଭୟ ପଟୁ ଛାଡ଼ିବାକୁ ଥିବା ବିଶାଖାପାଟଣା–ଗୁଣୁପର ଓ ଗୁଣୁପୁର- ବିଶାଖାପାଟଣା ପାସେଞ୍ଜର ଟ୍ରେନ, ଗୁଣୁପୁର-ପଲାସା-ଗୁଣୁପୁର ପାସେଞ୍ଜର ଟ୍ରେନ, ଗୁଣୁପୁର ଛାଡ଼ିବାକୁ ଥିବା ଗୁଣୁପୁର-ପୁରୀ ପାସେଞ୍ଜର ଟ୍ରେନ, ୧୩ତାରିଖରେ ଛାଡ଼ିବାକୁ ଥିବା ଝାରସୁଗୁଡ଼ା- ରାଉରକେଲା -ଝାରସୁଗୁଡ଼ା ପାସେଞ୍ଜର, ରାଉରକେଲା-ସମ୍ବଲପୁର- ରାଉରକେଲା ପାସେଞ୍ଜର, ୧୨ ଓ ୧୩ ତାରିଖରେ ଝାରସୁଗୁଡ଼ା- ହାତିଆ -ଝାରସୁଗୁଡ଼ା ପାସେଞ୍ଜର ଟ୍ରେନ, ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ, ଭୁବନେଶ୍ୱର-ବିଶାଖାପାଟଣା-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ, ଜଗଦଲପୁର/ଜୁନାଗଡ଼ ରୋଡ- ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ,, ବିଶାଖାପାଟଣା-ଚେନ୍ନାଇ ଏକ୍ସପ୍ରେସ, ପଲାସା-କଟକ ପାସେଞ୍ଜର ଟ୍ରେନ, ଦୀଘା-ବିଶାଖାପାଟଣା ଏକ୍ସପ୍ରେସ ଟେନ୍କୁ ବାତିଲ କରାଯାଇଛି।
ସେହିପରି ବେଙ୍ଗାଲୁର- ଅଗରତଲା ଏକ୍ସପ୍ରେସ, ଭୁବନେଶ୍ୱର- ବେଙ୍ଗାଲୁର ପ୍ରଶାନ୍ତି ଏକ୍ସପ୍ରେସ,, ଭୁବନେଶ୍ୱର- ସିକନ୍ଦରାବାଦ ବିଶାଖା ଏକ୍ସପ୍ରେସ, ପୁରୀ- ହାଓଡ଼ା ଶତାବ୍ଦୀ ଏକ୍ସପ୍ରେସ,, ପୁରୀ- ପାରାଦୀପ-ବଡ଼ବିଲ ଏକ୍ସପ୍ରେସ, ଭୁବନେଶ୍ୱର- ରାମେଶ୍ୱରମ ଏକ୍ସପ୍ରେସ, ହାଓଡ଼ା- ସିକନ୍ଦରାବାଦ ଫଲକନୁମା ଏକ୍ସପ୍ରେସର ସମୟ ପରିବର୍ତ୍ତନ କରାଯାଇଥିବା ରେଳବାଇ କର୍ତ୍ତୃପକ୍ଷଙ୍କ ଠାରୁ ପ୍ରକାଶ କରାଯାଇଛି।

Leave A Reply