ମାଲବାହୀ ଟ୍ରେନର ୧୫ ବଗି ଲାଇନଚ୍ୟୁତ

0

ଦାମନଯୋଡି : କୋରାପୁଟ ଜିଲା ଦାମନଯୋଡି ନିକଟରେ ଏକ ମାଲବାହୀ ଟ୍ରେନର ୧୫ଟି ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡିଛି। ଆଲୁମିନା ଗୁଣ୍ଡ ନେଇ ଏହି ଟ୍ରେନ ଯାଉଥିବା ସମୟରେ ଲାଇନଚ୍ୟୁତ ହୋଇଥିଲା। ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ଥିବା ସୂଚନା ମିଳି ନାହିଁ। ଉଦ୍ଧାରକାର୍ଯ୍ୟ ପାଇଁ କୋରାପୁଟରୁ ଏକ ଟ୍ରେନ ଆସିଥିବା ବରିଷ୍ଠ ରେଳ କର୍ମଚାରୀ କହିଛନ୍ତି। ମାଲବାହୀ ଟ୍ରେନ ଦୁର୍ଘଟଣା ଯୋଗୁଁ ଚାରୋଟି ଟ୍ରେନର ଯାତାୟତ ପ୍ରଭାବିତ ହୋଇଥିବା ବୋଲି ସୂଚନା ମିଳିଛି।

Leave A Reply