ଟ୍ରେନରେ କଟି ଜଣେ ଯୁବତୀ ଗୁରୁତର

0

ବରଗଡ଼: ଶୁକ୍ରବାର ସକାଳେ ଟ୍ରେନରେ କଟି ଜଣେ ଯୁବତୀ ଗୁରୁତର ହୋଇଛନ୍ତି । ଘଟଣାରୁ ପ୍ରକାଶଯେ ତୋରା ଗ୍ରାମପଞ୍ଚାୟତର ପାଣିଛତ୍ର ଗ୍ରାମର ରାଜେନ୍ଦ୍ର ସା ଙ୍କ ଝିଅ ଅଷ୍ଟମୀ ସା(୧୮) ଆଜି ପୂର୍ବାହ୍ନ ୧୧ଟାରେ ଶୌଚ ଯାଇଥିବା ସମୟରେ କୌଣସି ଏକ ଟ୍ରେନ ତାକୁ ଧକ୍କା ଦେଇଥିବା ସନ୍ଦେହ କରାଯାଉଛି । ଫଳରେ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ହାତ କଟି ଯାଇଛି । ତାକୁ ପ୍ରଥମେ ବରଗଡ଼ ଓ ପରେ ବୁର୍ଲା ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଛି ।

Leave A Reply