ଟ୍ରାଫିକ ନିୟମ ପାଳନ ପାଇଁ ଶପଥ ନେଲେ ୨ଲକ୍ଷ ସ୍କୁଲ ଛାତ୍ରଛାତ୍ରୀ

ଭୁବନେଶ୍ବର : ଓଡ଼ିଶାର ରାଜଧାନୀ ଭୁବନେଶ୍ବରରେ ଥିବା ୫୦୦ସ୍କୁଲର ପାଖାପାଖି ୨ଲକ୍ଷ ଛାତ୍ରଛାତ୍ରୀଙ୍କୁ ଟ୍ରାଫିକ ନିୟମ ବିଷୟରେ ଅବଗତ କରାଇବା ଓ ଟ୍ରାଫିକ ନିୟମକୁ ସଠିକ ପାଳନ କରିବା ପାଇଁ ସୋମବାର ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଯାହାକୁ ଟ୍ରାଫିକ ନିୟମ ସଚେତନତା ଅଭିଯାନର ନାମ ଦିଆଯାଇଛି। ଶ୍ରେଣୀରେ ପାଠପଢା ଆରମ୍ଭ ହେବା ପୂର୍ବରୁ ରାଜଧାନୀର ବିଭିନ୍ନ ସ୍କୁଲମାନଙ୍କରେ ଭିନ୍ନ ଭିନ୍ନ ସମୟରେ ଏହା ସମ୍ପନ୍ନ ହୋଇଥିଲା। ଏଥିରେ ଉପସ୍ଥିତ ଥିବା ଅତିଥିମାନେ ଟ୍ରାଫିକ ନିୟମର ମହତ୍ବକୁ ବିସ୍ତାର ରୂପେ ଛାତ୍ରଛାତ୍ରୀମାନଙ୍କୁ କହିଥିଲେ। ଏବଂ ଏହା ପରେ ଶପଥ ପତ୍ର ପଢି ସେମାନଙ୍କୁ ଟ୍ରାଫିକ ନିୟମ ପାଳନ କରିବା ପାଇଁ ଶପଥ ପାଠ କାରାଇଥିଲେ।

ଆଜି ସକାଳ ସମୟରୁ ହିଁ ସ୍କୁଲମାନଙ୍କରେ ଉତ୍ସବ ଭଳି ପରିବେଶ ସୃଷ୍ଟି ହୋଇଥିଲା। ଏହି କାର୍ୟ୍ୟକ୍ରମରେ ପୁଲିସ ପ୍ରଶାସନ ବ୍ୟତୀତ ସମାଜସେବୀ, ମନ୍ତ୍ରୀ, ବିଧାୟକମାନେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିଥିମାନେ ଛାତ୍ରଛାତ୍ରୀମାନଙ୍କୁ ସାମାଜିକ ଦାୟିତ୍ବ ଉପରେ ସମ୍ୟକ ଧାରଣା ଦେବାସହିତ ଶପଥପାଠ କରାଇଥିଲେ। ଏହି ଶପଥ ପାଠ ଓଡ଼ିଆ ଏବଂ ଇଂରାଜୀ ଭାଷାରେ କରାଯାରଇଥିଲା।

ପୁଲିସ ମହାନିର୍ଦେଶକ, ପୁଲିସ କମିସନର, ଟ୍ରାଫିକ ପୁଲିସ ଅଧିକାରୀଙ୍କ ସହିତ ପ୍ରଶାସନିକ ଅଧିକାରୀ, ରାଜନେତା ଓ ସମାଜସେବୀମାନେ ମଧ୍ୟ ଏଥିରେ ଉପସ୍ଥିତ ଥିଲେ। ଅତିଥିମାନେ ନିର୍ଦ୍ଦାରିତ ସମୟ ମଧ୍ୟରେ କାର୍ଯ୍ୟକ୍ରମରେ ପହଞ୍ଚିଥିଲେ। ସଠିକ୍ ସମୟରେ ପହଞ୍ଚିବା ଦ୍ବାରା ପିଲାମାନେ ସମୟାନୁବର୍ତ୍ତିତାର ଶିକ୍ଷା ପାଇପାରିବେ ବୋଲି ଉପସ୍ଥିତ ଅଧିକାରୀମାନେ କହିଥିଲା।
ଓଡ଼ିଶା ଅବିଭାବକ ମହାସଂଘ ଏହିଭଳି କାର୍ଯ୍ୟକ୍ରମର ଆୟୋଜନ କରିଥିଲା।

ଏହି ଅବସରରେ କାର୍ଯ୍ୟକ୍ରମର ଆୟୋଜକ ବାସୁଦେବ ଭଟ୍ଟ କହିଛନ୍ତି ଯେ, ଶିକ୍ଷାର ଅର୍ଥ ହେଉଛି ବ୍ୟବସ୍ଥାକୁ ସୁଧାରିବା। ଭଟ୍ଟ କହିଛନ୍ତି, ରାଜ୍ୟର ୩୦ଟିତ ଜିଲା ମଧ୍ୟରୁ ୭ଟି ଜିଲାରରେ ଏହି ସଙ୍ଗଠନ ସଠିକ୍ ଭାବେ ହୋଇପାରିଛି। ସମସ୍ଥ ପ୍ରସ୍ତୁତି ଅନଲାଇନରେ କରାଯାଇଥିଲା। ଏହି କାର୍ୟ୍ୟକ୍ରମର ଆୟୋଜନ କରିବାପାଇ ସାମାଜିକ ଗଣମାଧ୍ୟମ ହ୍ବାଟ୍ସଆପ୍, ଫେସବୁକର ସମ୍ପୂର୍ଣ୍ଣ ଉପଯୋଗ କରାଯାଇଥିଲା। ଏହାକୁ ଆୟୋଜନ କରିବା ଏବଂ ସମସ୍ଥ ବିଦ୍ୟାଳୟରେ ଅତିଥି ଉପଲବ୍ଧ କରାଇବା ମଧ୍ୟ ଆମପାଇ ସହଜ କାମ ନଥିଲା। ସଂଗଠନର ଲୋକମନେ ଏନେଇ ବହୁତ ସାହାଯ୍ୟ ସହଯୋଗ କରିଥିଲେ ଯାହାଦ୍ବାରା ଏହି ଶପଥପାଠ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ହୋଇପାରିଲା।

 

Comments are closed.