ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ପାଇଁ ସୋମବାର ସାରା ଦେଶରେ ବ୍ୟବସାୟ ବନ୍ଦ

0

ମୁମ୍ବଇ : ଜମ୍ମୁ-କଶ୍ମୀର ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ସୋମବାର ବ୍ୟବସାୟୀମାନେ ସାରା ଦେଶରେ ବ୍ୟବସାୟ ବନ୍ଦ କରିବାକୁ ଘୋଷଣା କରିଛନ୍ତି । ବ୍ୟାବସାୟୀମାନଙ୍କ ପ୍ରମୁଖ ସଂଗଠନ କନଫେଡେରସନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ ଏହି ବନ୍ଦର ଡାକରା ଦେଇଛି ।

ଏହି ସମୟରେ ସମସ୍ତ ପ୍ରକାରର ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ଦିଲ୍ଲୀର ଘଣ୍ଟାଘର, ଚାନ୍ଦନୀ ଚୌକରେ ଅପରାହ୍ନରେ ସହିଦ ମାନଙ୍କ ପାଇଁ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହେବ । ଏହା ସହିତ ବ୍ୟବସାୟୀମାନେ ସହିଦଙ୍କ ପରିବାର ପାଇଁ ଅର୍ଥ ସଂଗ୍ରହ କରି ଦାନ କରିବେ । ଏହି ବନ୍ଦରେ ଓଡିଶା, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ, ରାଜସ୍ଥାନ,ତାମିଲନାଡୁ, ପଞ୍ଜାବ, ହରିୟାଣା, ଜମ୍ମୁ ଓ କାଶ୍ମୀର ସହ ଅନ୍ୟ ରାଜ୍ୟର ବ୍ୟବସାୟୀମାନେ ସାମିଲ ହେବେ ।

Leave A Reply