ଚିନ୍ତାମୁକ୍ତ ଜୀବନଶୈଳୀର ରହସ୍ୟ

ଆଜି ଦୁନିଆରେ କେହି ବ୍ୟବସାୟ କରୁଥିବାବେଳେ ଅନ୍ୟ କେହି ଚାକିରି କରି ନିଜ ଜୀବନ ଅତିବାହିତ କରୁଛନ୍ତି। ସମସ୍ତେ ଏବେ ଶାନ୍ତି ପଛରେ ଧାଉଁଥିବାର ଦେଖାଯାଉଛି। ୨୦୧୯ ଜାନୁଆରୀରେ ମୁମ୍ବଇର ଏକ ଏନଜିଓ ଭାରତର ବିଭିନ୍ନ ପ୍ରାନ୍ତର ଲୋକଙ୍କୁ ନେଇ ଏକ ସର୍ବେକ୍ଷଣ କରିଥିଲେ। ୨୭- ୭୫ ବର୍ଷ ବୟସର ଲୋକ ଏଥିରେ ସାମିଲ ଥିଲେ। କେବଳ ଯେ ଯୁବପିଢ଼ି ଅବସାଦ କିମ୍ବା ଚାପଗ୍ରସ୍ତ ଜୀବନ ଅତିବାହିତ କରୁଛନ୍ତି, ତା’ ନୁହେଁ, ବରଂ ବୟସ୍କ ପିଢ଼ିଙ୍କ ପରିସ୍ଥିତି ମଧ୍ୟ ସମାନ।
– ଉଭୟ ପୁରୁଷ ଓ ମହିଳାଙ୍କ ମତାମତ ବିଭିନ୍ନ ସଂକ୍ରାନ୍ତରେ ନିଆଯାଇଥିଲା। ଏବର ସମୟରେ ଅଧିକାଂଶ ପରିବାରରେ ମହିଳାମାନେ ମଧ୍ୟ କର୍ମଜୀବୀ। ଏଣୁ ଆର୍ଥିକ ଅସୁବିଧାର ସେଭଳି ସମସ୍ୟା ଦେଖାଯାଉନାହିଁ। ଅବଶ୍ୟ କାର୍ଯ୍ୟାଳୟରେ ମହିଳାମାନେ ଅଧିକ ସମୟ ଅତିବାହିତ କରୁଥିବା​ କାରଣରୁ ସେଥିପାଇଁ କେତେକ ପରିବାରରେ ଅଶାନ୍ତି ଉପୁଜୁଥିବାର ଦେଖାଯାଉଛି।
– ଅନ୍ୟ ପାଖେ ପୁରୁଷମାନଙ୍କ ପରକୀୟା ପ୍ରୀତି ଓ ନିଶା ସେବନ କାରଣରୁ ୪୫%ରୁ ଅଧିକ ପରିବାରରେ ଅଶାନ୍ତି ଉପୁଜୁଛି। ପ୍ରତ୍ୟେକ ଲୋକ ବୁଝିବା ଆବଶ୍ୟକ ଯେ ସେମାନଙ୍କ ନିମନ୍ତେ ପରିବାର କେତେ ଗୁରୁତ୍ବପୂର୍ଣ୍ଣ।
– ଅଶାନ୍ତି ଉପୁଜିଲେ, ସ୍ବାମୀ-ସ୍ତ୍ରୀ ଭ୍ରମଣ ପାଇଁ କୌଣସି ଏକ ସ୍ଥାନକୁ ଯାଇ କିଛିଦିନ ଅତିବାହିତ କରିବା ନିତାନ୍ତ ଆବଶ୍ୟକ। ଏକାଠି ସିନେମା ଯାଇପାରନ୍ତି, ନିୟମିତ ଭାବେ ସନ୍ଧ୍ୟାବେଳେ କିଛି ସମୟ ଏକାଠି ବୁଲିବା ଇତ୍ୟାଦି ଏହା ଠାରୁ ସରଳ ସାମଧାନ ଆଉ କିଛି ନାହିଁ ବୋଲି ମୁମ୍ବଇର ମନସ୍ତତ୍ତ୍ବବିତ୍ କିଶୋର ତ୍ରିପାଠୀଙ୍କ ମତ।
– ଘରର ମହିଳାମାନେ ନିଜ ବ୍ୟବହାରରେ ପରିବର୍ତ୍ତନ ମଧ୍ୟ ଆଣିବା ଜରୁରୀ। କଳି, ଝଗଡ଼ାରେ ସମସ୍ୟାର ସମାଧାନ ହୋଇନଥାଏ, ବରଂ ସ୍ନେହ,ଆଦରରେ ସେମାନଙ୍କୁ ବୁଝାନ୍ତୁ। ଏହା ସହ ପୁରୁଷମାନେ ମଧ୍ୟ ନିଜ ବଦଭ୍ୟାସକୁ ତ୍ୟାଗ କରିବା ନିମନ୍ତେ ଯଥା ସାଧ୍ୟ ଚେଷ୍ଟା କରିବା ଆବଶ୍ୟକ।

Comments are closed.