ଟାକ୍ଟର ଧକ୍କାରେ ଗୋଟିଏ ପରିବାରର ୧୫ ମୃତ

0

ମୋରେନା: ମଧ୍ୟପ୍ରଦେଶ  ଏକ ବୋଲେରରେ ଗୋଟିଏ ପରିବାରର ୧୫ ଜଣ ଜଣେ ସମ୍ପର୍କୀୟଙ୍କର ଦାହ ସଂସ୍କାର ପାଇଁଯାଉଥିବା ବେଳେ ବାଲି ବୋଝେଇ ଏକ ଟାକ୍ଟର ଧକ୍କା ଦେବାରୁ ଘଟଣାସ୍ଥଳରେ ୧୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଡାକ୍ତରଖାନାରେ ୩ ଜଣଙ୍କର ମୃତ୍ୟୁ ହୋଇଛି ।

ଗୁରୁବାର ସକାଳ ୬ଟା ସମୟରେ ଏହି ଘଟଣା ଘଟିଥିଲା । ବେଆଇନ ଭାବେ ବାଲି ଚାଲାଣ ହେଉଥିବା ଏହି ଟ୍ରାକ୍ଟରଟି  ଓଭରଲୋଡ୍‌ ହୋଇଥିବା ବୋଲେରୋକୁ ଧକ୍କା ଦେଇଥିଲା। ସମସ୍ତ ମୃତକ ମଧ୍ୟପ୍ରଦେଶ ଗୋଆଲିଅର ଜିଲାର ସେମାନେ ଘୁରୁଗାନନ  ଗ୍ରାମକୁ ଯାଉଥିବା ବେଳେ ଏହି ଅଘଟଣ ଘଟିଛି । ଏହି ଦୁର୍ଘଟଣାପରେ ଟ୍ରାକ୍ଟର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।

Leave A Reply