ଜାଣନ୍ତୁ, କଇଁଛ ମୁଦି ଧାରଣ କରିବାର ଶୁଭ ଫଳ

0

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜନ୍ମ କୁଣ୍ଡଳୀରେ ଥିବା ଅଶୁଭ ଗ୍ରହଙ୍କୁ ଶାନ୍ତ କରିବା ପାଇଁ ଅନେକ ଉପାୟ ରହିଛି। ଏହି ଉପାୟରେ ବ୍ୟକ୍ତିମାନେ ହାତର ଆଙ୍ଗୁଠିରେ ରତ୍ନ ଧାରଣ କରିଥାନ୍ତି। ଆଜିକାଲି ରତ୍ନ ଧାରଣ କରିବା ସହ କଇଁଛର ମୁଦି ଅନେକ ପିନ୍ଧିଥାନ୍ତି। ଆସନ୍ତୁ ଜାଣିବା କଇଁଛ ମୁଦି ଧାରଣ କରିବାର କାରଣ:
କଇଁଛ ମୁଦିକୁ ଆଙ୍ଗୁଠିରେ ଧାରଣ କରିବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହାକୁ ପିନ୍ଧିବା ଦ୍ବାରା ଅନେକ ପ୍ରକାର ଅଶୁଭ ଗ୍ରହ ଦୋଷ ଦୂର ହୋଇଥାଏ। ଏହାଦ୍ବାରା ଆତ୍ମବିଶ୍ବାସ ମଧ୍ୟ ବଢିଥାଏ। ଶାସ୍ତ୍ରରେ କଇଁଛକୁ ଉନ୍ନତି ଓ ସମୃଦ୍ଧିର ପ୍ରତୀକ ବୋଲି କୁହାଯାଇଛି। ହିନ୍ଦୁ ଧର୍ମଗ୍ରନ୍ଥ ଅନୁସାରେ ସମୁନ୍ଦ୍ର ମନ୍ଥନ ସମୟରେ କଇଁଛର ଉତ୍ପତ୍ତି ହୋଇଥିଲା।


କଇଁଛକୁ ଧନର ଏକ ମାଧ୍ୟମ ବୋଲି କୁହାଯାଏ। ତେଣୁ ଏହାକୁ ସମୃଦ୍ଧିର ପ୍ରତୀକ ବୋଲି କୁହାଯାଏ। କଇଁଛର ମୁଦି ଚାନ୍ଦିର ହୋଇଥିଲେ ଏହାକୁ ଧାରଣ କରିବା ଦ୍ବାରା ଅତ୍ୟନ୍ତ ଶୁଭ ଫଳ ପ୍ରଦାନ କରିଥାଏ।
କଇଁଛର ମୁଦି ଏପରି ତିଆରି କରିବ ଯେପରି ତାର ମୁହଁ ଭାଗଟି ବ୍ୟକ୍ତିଙ୍କ ଆଡକୁ ରହୁଥିବ। ହାତର ମଧ୍ୟମା କିମ୍ବା ତର୍ଜନୀ ଆଙ୍ଗୁଠିରେ ମୁଦି ପିନ୍ଧିବା ଶୁଭ ହୋଇଥାଏ। ଶୁକ୍ରବାର ଦିନ ମୁଦିକୁ ଧାରଣ କରିବା ଉଚିତ। ଶୁକ୍ରବାର ଦିନଟି ମାଆ ଲକ୍ଷ୍ମୀଙ୍କ ଦିନ ଅଟେ।
କଇଁଛ ମୁଦି ପିନ୍ଧିବା ପରେ ବାରମ୍ବାର ମୁଦିକୁ ବୁଲାଇବା ଅନୁଚିତ। ଏହାକୁ ବୁଲାଇବା ଦ୍ବାର କଇଁଛର ମୁଣ୍ଡ ଭାଗଟି ନିଜର ଦିଗ ପରିବର୍ତ୍ତନ କରେ ଯାହାଦ୍ବାରା ଆମର କ୍ଷତି ହୋଇଥାଏ।

Leave A Reply