ଅଜୟ ଦେବଗନ୍‍ ସେୟାରକଲେ ‘ଟୋଟାଲ ଧମାଲ’ର ଆଉ ଏକ ପୋଷ୍ଟର

0

ମୁମ୍ବଇ: ବଲିଉଡର ସିଂଘମ ଅଜୟ ଦେବଗନ୍ ନିଜର ଆଗାମୀ ଚଳଚ୍ଚିତ୍ର ‘ଟୋଟାଲ ଧମାଲ’ର ଆଉଏକ ପୋଷ୍ଟର ସେୟାର କରିଛନ୍ତି। ଏହି ପୋଷ୍ଟରରେ ଚଳଚ୍ଚିତ୍ରର ସମସ୍ଥ ଅଭିନେତା ଦେଖାଯାଇଛନ୍ତି। ଅଜୟ ବହୁଦିନ ହେବ ଏହି ଚଳଚ୍ଚିତ୍ରର ସୁଟିଂରେ ବ୍ୟସ୍ତ ଥିବା ଜଣାପଡିଛି। ଏବେ ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବାର ପ୍ରସ୍ତୁତିରେ ରହିଛି।

courtesy-deccan chronicle

ଖବର ଅନୁସାରେ, ଅଜୟ ଦେବଗନ୍‍ ଏହାପୂର୍ବରୁ ‘ଟୋଟାଲ ଧମାଲ’ର ପ୍ରଥମ ପୋଷ୍ଟର ସେୟାର କରିଥିଲେ। ନିକଟରେ ସିନେମାର ଦ୍ୱିତୀୟ ପୋଷ୍ଟର ସେୟାର କରି ସେ ନିଜ ଟ୍ୱିଟର ଆକାଉଣ୍ଟରେ ଲେଖିଛନ୍ତି- ‘ଆଜି ଠାରୁ କେବଳ ଆରମ୍ଭ ହେବ ଟୋଟାଲ ଧମାଲ’। ଏହା ସହିତ ଜାନୁଆରୀ ୨୧ରେ ସିନେମାର ଟ୍ରେଲର ମୁକ୍ତିଲାଭ କରିବାକଥା ସେ ନିଜର ଟ୍ୱିଟର ଆକାଉଣ୍ଟରେ ଲେଖିଛନ୍ତି। ଫେବୃଆରୀ ୨୨ରେ ମୁକ୍ତିଲାଭ କରିବ ଏହି ଚଳଚ୍ଚିତ୍ର। ଅଜୟଙ୍କ ସହ ଅନିଲ କପୁର, ମାଧୁରୀ ଦୀକ୍ଷିତ୍, ରିତେଶ ଦେଶମୁଖ୍‍, ଅରଶଦ ୱାରସି, ଜାବେଦ ଜାଫରି, ସଞ୍ଜୟ ମିଶ୍ରା, ଜନି ଲିବର ଏବଂ ପିତୋବାସଙ୍କ ଭଳି କଳାକାର ଅଭିନୟ କରୁଥିବା ଦେଖାଦେବେ।

Leave A Reply