ଆତଙ୍କବାଦୀ ଲୁଚି ରହିଥିବା ଘରକୁ ଉଡ଼ାଇବ ସେନା

0

ଜମ୍ମୁ: ସୁଂଜୱାନ୍‌ ଆର୍ମି କ୍ୟାମ୍ପ ଉପରେ ହୋଇଥିବା ଆତ୍ମଘାତି ଆକ୍ରମଣର କଡ଼ା ଜବାବ ଦେବାକୁ ପ୍ରତିରକ୍ଷା ବିଭାଗ ସ୍ଥିର କରିଛି। ଆତଙ୍କବାଦୀମାନେ ଯେଉଁ ଘର ଭିତରେ ଲୁଚି ସେନା ଉପରେ ଗୁଳି ଚାଲଣା କରୁଛନ୍ତି ସେହି ଘରକୁ ସମ୍ପୂର୍ଣ୍ଣ ଧଂସ କରିବାକୁ ସେନା ପ୍ରସ୍ତୁତି ଆରମ୍ଭ କରିଛି। ଏଥିପାଇଁ ଉକ୍ତ ଘର ମଧ୍ୟରେ କୌଣସି ମହିଳା କିମ୍ବା ଶିଶୁ ରହିଛନ୍ତି କି ନାହିଁ ଏ ନେଇ ସେନା ତର୍ଜମା ଆରମ୍ଭ କରିଛି। ଆତଙ୍କବାଦୀ ଓ ସେନା ମଧ୍ୟରେ ଶନିିବାର ବଡ଼ି ଭୋରରୁ ଚାଲିଥିବା ଗୁଳି ବିନିମୟରେ ଜଣେ ସେନା ଯବାନ୍‌ ସହିଦ ହୋଇଥିବାବେଳେ ୭ରୁ ଊର୍ଦ୍ଧ୍ବ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ଜଣେ ମେଜର, ୨ ଜେସିଓ ସମେତ ୨ମହିଳା ଓ ୨ ଶିଶୁ ରହିଛନ୍ତି। ଗୃହମନ୍ତ୍ରୀ ରାଜନାଥ ସିଂହ ଘଟଣା ସମ୍ପର୍କରେ ଜମ୍ମୁ କାଶ୍ମୀର ଡିଜିପିଙ୍କ ସହ ସିଧାସଳଖ ଆଲୋଚନା କରି ପରିସ୍ଥିତି ଉପରେ ନଜର ରଖିଛନ୍ତି।

Leave A Reply