ଟମାଟୋ ରାଇସ୍‍

0

ଆବଶ୍ୟକ ସାମଗ୍ରୀ
ଟମାଟୋ – ୩ଟି
ଅରୁଆ ଚାଉଳ –୩୦୦ ଗ୍ରାମ
କଟା ପିଆଜ – ୧ଟି
କଟା ଅଦା- ଅଳ୍ପ
କଞ୍ଚା ଲଙ୍କା – ୨ଟି
ଶୁଖିଲା ଲଙ୍କା – ୧ଟି
ଭୁସଙ୍ଗ ପତ୍ର – ଅଳ୍ପ
ସୋରିଷ – ଅଳ୍ପ
ଜିରା – ଅଳ୍ପ
କାଜୁ – ୪ଟି
ଲୁଣ – ଆବଶ୍ୟକ ଅନୁଯାୟୀ
ଲଙ୍କା ଗୁଣ୍ଡ – ଅଳ୍ପ
ହଳଦୀ ଗୁଣ୍ଡ – ଅଳ୍ପ
ହେଙ୍ଗୁ – ଅଳ୍ପ
ବୁଟ ଡ଼ାଲି – ୧ ବଡ଼ ଚାମଚ
କଟା ଧନିଆ ପତ୍ର – ଅଳ୍ପ
ଗରମ ମସଲା – ଅଳ୍ପ
ଗୁଆ ଘିଅ – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସ ଲଗାଇ ଏକ ପାତ୍ର ବସାଇ ପାଣି ଗରମ କରନ୍ତୁ। ପାଣି ଫୁଟବା ପରେ ଏଥିରେ ଚାଉଳକୁ ଭଲ ଭାବେ ଧୋଇ ପକାନ୍ତୁ। ୩୦ରୁ ୩୫ମିନିଟ ହେବା ପରେ ପୁରା ଭାତ ଭଳି ନରମ ହୋଇଗଲେ ଏହାକୁ ଗାଳି ଏକ ପାତ୍ରରେ ରଖନ୍ତୁ। ଏବେ ଗ୍ୟାସରେ କଡ଼େଇ ବସାଇ ଘିଅ ଗରମ କରନ୍ତୁ। ଘିଅ ଗରମ ହେବା ପରେ ସୋରିଷ, ଜିରା, ଶୁଖିଲା ଲଙ୍କା, କଞ୍ଚା ବୁଟ ଡ଼ାଲି, ଅଦା, ପିଆଜ, କାଜୁ ପକାଇ ଭାଜନ୍ତୁ। କିଛି ସମୟ ଭାଜି ହେବା ପରେ ଏଥିରେ ଭୁସଙ୍ଗ ପତ୍ର, କଞ୍ଚା ଲଙ୍କା, ସାମାନ୍ୟ ହଳଦୀ ଗୁଣ୍ଡ, ଅଳ୍ପ ହେଙ୍ଗୁ, ଟମାଟୋ , ଲୁଣ, ପକାଇ ୧୦ରୁ ୧୨ମିନିଟ ଗ୍ୟାସରେ ବସାନ୍ତୁ। ଏହା ପରେ ଏଥିରେ ପ୍ରସ୍ତୁତ ହୋଇ ରହିଥିବା ଭାତ ସାମାନ୍ୟ ଲୁଣ ପକାଇ ଭଲ ଭାବେ ଗୋଳାନ୍ତୁ। ଗୋଳାଇବା ପରେ ଅଳ୍ପ ଗରମ ମସଲା ପକାଇ ୧ମିନିଟ ଗ୍ୟାସ ଗ୍ୟାସରେ ବସାଇ ଏକ ପାତକୁ କାଢି କଟା ହୋଇଥିବା ଧନିଆ ପତ୍ର ଦେଇ ସଜାଇ ଦିଅନ୍ତୁ।

ପ୍ରସ୍ତୁତ ହୋଇଗଲା ଟମାଟୋ ରାଇସ୍‍ ।

Leave A Reply