ସ୍ୱାସ୍ଥ୍ୟ ପାଇଁ ଉପକାରୀ ଟମାଟୋ ଜୁସ୍‍

ଟମାଟୋରେ ଜଳ ଓ ଫାଇବରର ମାତ୍ରା ଖୁବ ଅଧିକ। ଏହାକୁ ଜୁସ୍‍ , ସୁପ, ସାଲାଡ଼ ଯେଉଁଭଳି ଖାଇଲେ ମଧ୍ୟ ଏହା ସ୍ୱାସ୍ଥ୍ୟ ପାଇଁ ହିତକାରକ। ଟମାଟୋକୁ ଜୁସ୍‍ କରି ପିଇବା ଦ୍ୱାରା ଆମ ସ୍ୱାସ୍ଥ୍ୟ ପାଇଁ ଏହା ଖୁବ ଲାଭଦାୟକ ଓ ଉପକାରୀ। ଜାଣନ୍ତୁ ଏହା ବିଷୟରେ …..
ଟମାଟୋକୁ ଜୁସ୍‍ କରି ପିଇଲେ ,ଏହା ଓଜନ ହ୍ରାସ ପାଇଁ ସହାୟକ ହୁଏ।
ଏହାକୁ ଜୁସ୍‍ କରି ପିଇବା ଦ୍ୱାରା ହାଡ଼ ବହୁତ ଶକ୍ତ ହୋଇଥାଏ।
ଏହା ଶରୀରକୁ କାର୍ଯ୍ୟ କରିବା ପାଇଁ ଶକ୍ତି ପ୍ରଦାନ କରିଥାଏ।
ସ୍ତନ କର୍କଟରୁ ରକ୍ଷା କରିଥାଏ।
ରକ୍ତ ସଞ୍ଚାଳନ ସୂଚାରୁରୂପେ ହୋଇଥାଏ।
ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ –
ଏକ ପାତ୍ରକୁ ଗ୍ୟାସରେ ବସାଇ ସେଥିରେ ଟମାଟୋ, ଧନିଆ ପତ୍ର, ଅଳ୍ପ ପିଆଜ, ପାଣି ଦେଇ ଏହାକୁ ଫୁଟାନ୍ତୁ। ଫୁଟାଇବା ବେଳେ ଅଳ୍ପ ଚିନି ଓ ଲୁଣ ପକାନ୍ତୁ। ଏହାକୁ ଭଲ ଭାବେ ଗୋଳାଇ ଗ୍ୟାସ ବନ୍ଦ କରି ,ଏକ ଛଣା ଦ୍ୱାରା ଛାଣି ପାତ୍ରକୁ କାଢନ୍ତୁ।କିଛି ସମୟ ଫ୍ରିଜରେ ରଖି ଏହାକୁ ପିଅନ୍ତୁ।

Comments are closed.