ଟମାଟୋ ଅଣ୍ଡାପୁର ଆମଲେଟ୍‍

ଆବଶ୍ୟକ ସାମଗ୍ରୀ
ଅଣ୍ଡା – ୪ଟି
ଗୋଟା ଟମାଟୋ – ୪ଟି
ତେଲ – ଆବଶ୍ୟକ ପରିମାଣରେ
ଲୁଣ – ଆବଶ୍ୟକ ପରିମାଣରେ
ହଳଦୀ ଗୁଣ୍ଡ – ଆବଶ୍ୟକ ପରିମାଣରେ
ଲଙ୍କା ଗୁଣ୍ଡ – ଆବଶ୍ୟକ ପରିମାଣରେ
କଟା ରସୁଣ – ଅଳ୍ପ
କଟା ପିଆଜ – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଟମାଟୋର ଉପରି ଭାଗ କାଟି ତାର ଭିତର ଅଂଶକୁ ବାହାର କରି ଦିଅନ୍ତୁ। ଏହା ଭିତରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ , ରସୁଣ ,ତେଲ ,ଲୁଣ, ପିଆଜ ଓ ଅଣ୍ଡାକୁ ଭାଙ୍ଗି ପକାନ୍ତୁ ଓ ଚାମଚରେ ଭଲ ଭାବେ ଗୋଳାଇ ଦିଅନ୍ତୁ। ଗୋଟେ ଟମାଟୋ ମଧ୍ୟରେ ଗୋଟେ ଅଣ୍ଡାକୁ ଭାଙ୍ଗି ପକାନ୍ତୁ। ଏହା ପରେ ଇଟିଲି ଛାଞ୍ଚରେ ତେଲ ଲଗାଇ ଏହି ପ୍ରସ୍ତୁତ କରିଥିବା ଟମାଟୋ ଓ ଅଣ୍ଡାକୁ ଛାଞ୍ଚରେ ଗୋଟେ ଗୋଟେ କରି ରଖନ୍ତୁ ଓ ଏହା ପରେ ଗ୍ୟାସ ଲଗାଇ ଏହାକୁ ୧୦ ମିନିଟ ବସାନ୍ତୁ। ୧୦ ରୁ ୧୫ ମିନିଟ ହେବା ପରେ ଏହାକୁ ଏକ ପାତ୍ରକୁ କାଢି ଖାଆନ୍ତୁ ଓ ମଜା ନିଅନ୍ତୁ।

Comments are closed.