ଟୋଲ୍‌ ଗେଟ୍‌ରେ ବିଜେପି ନେତାଙ୍କର ଦାଦାଗିରି ଅଭିଯୋଗ, ଟୋଲ୍‌ ମାଗିବାରୁ ମାଡ ଖାଇଲେ କର୍ମଚାରୀ

ଲକ୍ଷ୍ମୌ .- ଉତ୍ତର ପ୍ରଦେଶରେ ପୁଣି ଜଣେ ବିଜେପି ନେତା ଟୋଲ୍‌ ଗେଟ୍‌ରେ ଟୋଲ୍‌ ଟଙ୍କା ମାଗିବାରୁ ସେଠାକାର କର୍ମଚାରୀମାନଙ୍କୁ ମାରପିଟ୍‌ କରିଥିବା ଅଭିଯୋଗ ହୋଇଛି । ଉତ୍ତର ପ୍ରଦେଶର ବିଜେପି ନେତା ବିଜୟ ଭାଟି ଓ ସଂଜୀବ ଶର୍ମା ନିଜ ସମର୍ଥକଙ୍କ ସହ ଯମୁନା ଏକ୍ସପ୍ରେସ୍‌ ଯାଉଥିଲେ । ଜେଓ୍ୱାର ଟୋଲ୍‌ ପ୍ଲାଜା ନିରଟରେ ତାଙ୍କ ଗାଡି ଅଟକିଥିଲା । ଟୋଲ୍‌ କର୍ମଚାରୀମାନେ ତାଙ୍କୁ ଟୋଲ୍‌ ଟଙ୍କା ମାଗିଥିଲେ ।

ଏହାପରେ ସେଠାରେ ଥିବା ବିଜୟ ଭାଟିଙ୍କ ସମର୍ଥକ ଓ ଟୋଲ୍‌ କର୍ମଚାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ଟୋଲ୍‌ କର୍ମଚାରୀଙ୍କୁ ସେ ମାଡ ମାରୁଥିବା ସିସିଟିଭିରେ ଦୃଶ୍ୟ କଏଦ୍‌ ହୋଇଛନ୍ତି ।

ବିଜେପି ନେତାଙ୍କ ତାଙ୍କ ସମର୍ଥକମାନେ ଟୋଲ୍‌ କର୍ମଚାରୀମାନଙ୍କୁ ବିଧା ଚାପୁଡା ମାରୁଥିବାର ଦୃଶ୍ୟ କଏଦ୍‌ ହୋଇଛି । ଟୋଲ୍‌ ଗେଟ୍‌ର ସୁପରଭାଇଜର୍‌ ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି । ଏହାପରେ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି ।

ମାଡ ମାରିଥିବା ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବା ସହ ଖୁବ୍‌ ଶୀଘ୍ର ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯିବ ବୋଲି କହିଛି ।

Comments are closed.