ଅଦରକାରୀ ପ୍ଲାଷ୍ଟିକ୍ ବୋତଲରୁ ନିର୍ମାଣ ଶୌଚାଳୟ

0

ସଚେତନତା ବଢ଼ିବା କାରଣରୁ ବିଭିନ୍ନ ବର୍ଗର ଲୋକେ ଏବେ ଶୌଚାଳୟର ଆବଶ୍ୟକତା ବୁଝୁଛନ୍ତି। ଗାଁଗଣ୍ଡାରେ ମଧ୍ୟ ଲୋକେ ଶୌଚାଳୟ ନିର୍ମାଣ କରି ଏହା ବ୍ୟବହାର କରୁଥିବାର ଦେଖାଯାଉଛି।

ନିକଟରେ ପଶ୍ଚିମବଙ୍ଗଳାର ଜନୈକ ଯୁବକଙ୍କ ପଦକ୍ଷେପକୁ ବିଭିନ୍ନ ମହଲରେ ଆଲୋଚନା କରାଯାଉଛି। ଅଶୋକ ଭୌମିକ ନାମକ ଏହି ଗ୍ରାମୀଣ ଯୁବକ ନିଜ ଘରେ ଶୌଚାଳୟ ତିଆରି କରିବାକୁ ଚାହୁଁଥିଲେ, ହେଲେ ଏଥିପାଇଁ ପ୍ରମୁଖ ଅସୁବିଧା ସାଜିଥିଲା ଅର୍ଥର ଅଭାବ। ହେଲେ ଯେପରି ହେଉ ଶୌଚାଳୟ ସେ ତିଆରି କରିବେ ବୋଲି ପ୍ରତିଜ୍ଞାବଦ୍ଧ ଥିଲେ।

ପ୍ଲାଷ୍ଟିକ୍ ବୋତଲ ଓ ଅଳିଆଆବର୍ଜନାକୁ ବ୍ୟବହାର କରି ସେ ଉପଯୋଗୀ ଶୌଚାଳୟଟିଏ ଶେଷରେ ତିଆରି କରିପାରିଥିଲେ। ତାଙ୍କର ଏହି ଶୌଚାଳୟକୁ ଦେଖିବା ପାଇଁ ବିଭିନ୍ନ ପ୍ରାନ୍ତରୁ ଲୋକ ଆସୁଛନ୍ତି। ପରିବେଶ ପାଇଁ କ୍ଷତିକାରକ ପ୍ଲାଷ୍ଟିକ୍ ପୁନଃଚକ୍ରଣ ପାଇଁ ମଧ୍ୟ ବିଭିନ୍ନ ଅସୁବିଧା ଉପୁଜାଇଥାଏ। ଏପରି ସ୍ଥଳେ ଅଶୋକଙ୍କ ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

Leave A Reply