ଆଜି ‘ଗୋପବନ୍ଧୁ ଜ୍ୟୋତି’ ରାଜ୍ୟ ପରିକ୍ରମାର ଉଦଯାପନୀ ସମାରୋହ

ଭୁବନେଶ୍ଵର: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଜୟନ୍ତୀ ଅବସରରେ ‘ସମାଜ’ ପକ୍ଷରୁ ଶୁଭାରମ୍ଭ ହୋଇଥିବା ‘ଗୋପବନ୍ଧୁ ଜ୍ୟୋତି’ ଯାତ୍ରା ସୋମବାର ଉଦ୍‌ଯାପିତ ହେବ। ଏହି ଅବସରରେ କିଟ୍‌ ଅଡିଟୋରିୟମରେ ଅପରାହ୍ନ ୫ଟା ୩୦ରେ ଏକ ଉଦ୍‌ଯାପନୀ ସମାରୋହ ଅନୁଷ୍ଠିତ ହେବ। ସମାରୋହରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ଗାନ୍ଧୀବାଦୀ ତଥା ସ୍ବାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନି ଚରଣ ପଟ୍ଟନାୟକ ଏବଂ ସମ୍ମାନିତ ଅତିଥି ଭାବେ ଓକେସିଏଲର ପରିଚାଳନା ନିର୍ଦେଶକ ଡ. ମନୋରଞ୍ଜନ ପୁଥାଳ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଲୋକସେବକ ମଣ୍ଡଳ ସଭାପତି ତଥା ସମାଜ ପରିଚାଳନା ମଣ୍ଡଳୀ ଅଧ୍ୟକ୍ଷ ଦୀପକ ମାଲବ୍ୟ, ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ନିରଞ୍ଜନ ରଥ, ‘ସମାଜ’ ସମ୍ପାଦକ ବାମାପଦ ତ୍ରିପାଠୀ ଏବଂ କାର୍ଯ୍ୟକାରୀ ମୁଖ୍ୟ ପରିଚାଳକ ପ୍ରିୟବ୍ରତ ମହାନ୍ତି ପ୍ରମୁଖ ଉପସ୍ଥିତ ରହିବେ।

Comments are closed.