ନକଲି ଜର୍ଦ୍ଦା କାରଖନା ଠାବ : ଲକ୍ଷାଧିକ ଟଙ୍କାର ଜର୍ଦ୍ଦା ଜବତ,ମୁଖ୍ୟ ଅଭିଯୁକ୍ତ ଫେରାର

0

ଭଦ୍ରକ : ଭଦ୍ରକର ପରୁଣା ବଜାର ଥାନା ଅନ୍ତର୍ଗତ ହେଲା ସାହିରୁ ପୁଲିସ ନକଲି ଜର୍ଦ୍ଦା କାରଖନା ଠାବ କରିଛି । ପୁଲିସ ଲକ୍ଷାଧିକ ଟଙ୍କାର ନକଲି ଜର୍ଦ୍ଦା ଜବତ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଫେରାର ହୋଇ ଯାଇଛି। ନକଲି ଜର୍ଦ୍ଦା ତିଆରିରେ ବ୍ୟବହୃତ ହେଉଥିବା ଅନେକ ଯନ୍ତ୍ରାଂଶ ସମେତ ବିଭିନ୍ନ ନାମୀ କମ୍ପାନୀର ଲୋଗୋ,ପ୍ୟାକିଂ ସାମୀଗ୍ରୀ ଓ ଖୋଳ ପୁଲିସ ଜବତ କରିଛି।

ଏହି ନକଲି ଜର୍ଦ୍ଦା କାରଖନା ଚଳାଉଥିବା ମୁଖ୍ୟ ଅଭିଯୁକ୍ତ ସଲମାନ ଖାଁ ଫେରାର ହୋଇଯାଇଛି । ଏହି ନକଲି ଜର୍ଦ୍ଦାରେ ବହୁଳ ମାତ୍ରାରେ ବିଷଧର ସାମଗ୍ରୀ ବ୍ୟବହାର ହେଉଥିବା ଅଭିଯୋଗ ହୋଇଛି। ପୁଲିସ ଅଧିକ ତଦନ୍ତ ଜାରି ରଖିଛି।

Leave A Reply