ସଂସଦଭବନ ପରିସରରେ ସାଂସଦଙ୍କ ଫୁଟବଲ୍‌ ଖେଳ

ନୂଆଦିଲ୍ଲୀ : ଫୁଟବଲ୍‌ ଖେଳକୁ ପ୍ରୋତ୍ସାହନ ପ୍ରଦାନ ପାଇଁ ଅଭିନବ ଢ଼ଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ତୃଣମୂଳ ସାଂସଦ ପ୍ରସୂନ ବାନାର୍ଜୀ। ହାଓଡ଼ା ସାଂସଦ ପ୍ରସୂନ ଜଣେ ପୂର୍ବତନ ଆନ୍ତର୍ଜାତିକ ଫୁଟବଲ୍‌ ଖେଳାଳି ଓ ‘ଅର୍ଜୁନ’ ପୁରସ୍କାର ବିଜେତା। ସେ ଭାରତୀୟ ଦଳର ଅଧିନାୟକ ଥିଲେ। ଗୁରୁବାର ପ୍ରସୂନ ସଂସଦ ପରିସରରେ ହଠାତ୍‌ ଫୁଟବଲ୍‌ ଖେଳି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ଭାରତରେ ଫୁଟବଲ୍‌ର ଯେମିତି ପ୍ରସାର ଘଟିବ ସେଥିପ୍ରତି ପ୍ରଧାନମନ୍ତ୍ରୀ ଓ କ୍ରୀଡ଼ା ମନ୍ତ୍ରୀ ଗୁରୁତ୍ବ ଦେବା ଆବଶ୍ୟକ। ଭାରତ ଯେମିତି ନିକଟ ଭବିଷ୍ୟତରେ ବିଶ୍ବକପ୍‌ ଫୁଟବଲ୍‌ ଖେଳିପାରିବ ସେ ଦିରେ ପଦକ୍ଷେପ ନିଆଯିବା ଦରକାର। ତାଙ୍କର ଏହି ଆବେଦନ ପଛରେ କୌଣସି ରାଜନୀତି ନାହିଁ ବୋଲି ପ୍ରସୂନ ସ୍ପଷ୍ଟ କରିଛନ୍ତି।

Comments are closed.