ବଦଳିଲା ଟିଟୋର ଠିକଣା

କେନ୍ଦ୍ରାପଡା : ରାଜକନିକାରେ ନସିରୁଦ୍ଦିନ ଉପରେ ମରଣାନ୍ତକ ଆକ୍ରମଣ କରି ଗିରଫ ହୋଇଥିବା ଗ୍ୟାଙ୍ଗଷ୍ଟାର ଟିଟୋକୁ ଶୁକ୍ରବାର କେନ୍ଦ୍ରାପଡା ଜେଲରୁ ଭୁବନେଶ୍ୱର ଝାରପଡା ଜେଲକୁ ସ୍ଥାନାନ୍ତର କରାଯାଇଛି। କଡା ସୁରକ୍ଷା ବଳୟ ମଧ୍ୟରେ ଟିଟୋକୁ ଭୁବନେଶ୍ୱର ଅଣାଯାଇଥିବା ଜଣାପଡିଛି। ପ୍ରଶାସନିକ ଶୃଙ୍ଖଳା ଦୃଷ୍ଟିରୁ ଏପରି ସ୍ଥାନାନ୍ତର କରାଯାଇଥିବା କୁହାଯାଇଛି।
ସୂଚନାଯୋଗ୍ୟ ଯେ, ୨୦୧୮ ସେପ୍ଟେମ୍ବର ମାସରେ ସୟଦ ଉସମାନ ଅଲ୍ଲୀ ଓରଫ ଗ୍ୟାଙ୍ଗଷ୍ଟାର ଟିଟୋକୁ କେନ୍ଦ୍ରାପଡାରୁ ସ୍ପେଶାଲ ଟାସ୍କ ଫୋର୍ସ ଗିରଫ କରିଥିଲା। ରାଜକନିକାରେ ନସିରୁଦ୍ଧିନ ଉପରେ ମରଣାନ୍ତକ ଆକ୍ରମଣରେ ଟିଟୋ ବିପକ୍ଷରେ ପ୍ରମାଣ ମିଳିବା ପରେ ଏସଟିଏଫ୍‍ ତାଙ୍କୁ ଗିରଫ କରିଥିଲା।

Comments are closed.