ଟିଟୋର ଦୁଇ ସହଯୋଗୀ ଗିରଫ

0

କଟକ: ଗ୍ୟାଙ୍ଗଷ୍ଟର ଟିଟୋର ଦୁଇ ସହଯୋଗୀ ଆଜି ଗିରଫ ହୋଇଛନ୍ତି। ସେକ୍ ସୟଦ ଓ ବାବୁଲା ପତିଙ୍କୁ ଏସ୍‌ଟିଏଫ୍ ପୁଲିସ ଗିରଫ କରିଛି। ସେମାନଙ୍କ ଅନେକ ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା ଜଣାପଡିଛି। ଅନ୍ୟ ପକ୍ଷରେ ଗ୍ୟାଙ୍ଗଷ୍ଟର ଟିଟୋ ଲିଙ୍କରେ ଥିବା ପାରାଦୀପର ଜଣେ ଶ୍ରମିକ ନେତାଙ୍କୁ ଏସ୍‌ଟିଏଫ୍ ଜେରା କରିଛି।

ଗତ ଶୁକ୍ରବାର ଡିଏସ୍ପି ପ୍ରିୟରଞ୍ଜନ ଶତପଥୀଙ୍କ ନେତୃତ୍ୱରେ ଦୁଇ ଜଣ ମହିଳା ଇନ୍ସପ୍ଟେରଙ୍କୁ ନେଇ ୩ ଜଣିଆ ଟିମ୍ ବେନଜିରଙ୍କୁ ଜେରା କରିବାକୁ ଯାଇଥିଲା। ଏସ୍ଟିଏଫ୍ ଟିମ୍ ପହଞ୍ଚିବା ପୂର୍ବରୁ ବେନଜିର ଘରେ ଅସୁସ୍ଥ ହୋଇପଡିଥିଲେ। ଏସ୍ଟିଏଫ୍ ଟିମ୍ ତାଙ୍କୁ ପଚରାଉଚରା କରିବା ବେଳେ ସେ ଆଗରୁ ସବୁ କଥା ବୁଝୁଥିବା ସ୍ୱୀକାର କରିଥିଲେ। ଏବେ ସେ ଆଉ ବୁଝୁ ନ ଥିବା କହିଥିଲେ। ୨ରୁ୩ ଜଣ ତାଙ୍କ ବ୍ୟବସାୟ ବୁଝୁଥିବା ସେ କହିଥିଲେ। ଏସ୍ଟିଏଫ୍ ଟିମ୍ର ଅଧିକାରୀ ତାଙ୍କୁ ୧୦୦ରୁ ଅଧିକ ପ୍ରଶ୍ନ ପଚାରିଥିବା ଜଣାପଡିଛି।

Leave A Reply