ତିତଲି ପ୍ରଭାବରେ ଶତାଧିକ ପରିବାର ଜଳବନ୍ଦୀ

0

ନୀଳଗିରି: ନୀଳଗିରିରେ ଶତାଧିକ ପରିବାର ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ତିତଲି ପ୍ରଭାବରେ ବାଲେଶ୍ବର ଜିଲା ଅଧୀନ ନୀଳଗିରି ଉପଖଣ୍ଡ ଅଞ୍ଚଳରେ ଲଗାଣ ବର୍ଷା ହେଉଥିବା ଯୋଗୁଁ ସହରର ଗୁଡିଖାଣିଆ, ଘଟଘରସାହି, ବରିସାହି, ବାଲିଗୋହିରୀ ସମେତ ଜୁରିଆପାଟଣା, ବରହମପୁର ଆଦି ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ବହୁ ସ୍ଥାନରେ ଘର ସବୁ ଭାଙ୍ଗି ଯାଇଥିବା ବେଳେ ଲୋକେ ପାଣିଘେରରେ ରହିଛନ୍ତି। ନୀଳଗିରି ବିଧାୟକ ସୁକାନ୍ତ ନାୟକ, ଉପଜିଲ୍ଲାପାଳ ଅବୋଲି ଏସ ନରଓଣେଙ୍କ ସମେତ ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି।

Leave A Reply