ଘର ସହ ନଦୀରେ ୬ ଭାସିଯିବା ଘଟଣା; ଆଉ ଜଣଙ୍କ ମୃତଦେହ ଉଦ୍ଧାର

0

ବ୍ରହ୍ମପୁର : ସାମୁଦ୍ରିକ ଝଡ଼ ’ତିତଲି’ ବନ୍ୟା ପାଣିରେ ଏକ ଘର ସହ ୬ ଜଣ ଲୋକ ଭାସି ଯାଇ ନିଖୋଜ ହୋଇଯାଇ ଥିବା ଘଟଣାରେ ଗୋଟିଏ ପରେ ଗୋଟିଏ ମୃତଦେହ ଉଦ୍ଧାର ହେବାରେ ଲାଗିଛି । ପୂର୍ବରୁ ୩ଟି ମୃତଦେହ ଉଦ୍ଧାର ହୋଇଥିବା ବେଳେ ଶନିବାର ଆର୍ଥାତ୍ ଆଜି ଆଉ ଗୋଟିଏ ମୃତଦେହ ଉଦ୍ଧାର ହୋଇଛି । ଗାଁ ଠାରୁ ଏକ କିଲୋମିଟର ଦୂରରୁ ଏହି ମୃତଦେହ ଠାବ କରାଯାଇଛି । ଏହାକୁ ନେଇ ମୋଟ ୪ ଜଣଙ୍କ ମୃତଦେହ ଠାବ ହୋଇଥିବା ବେଳେ ଏବେ ସୁଦ୍ଧା ଅନ୍ୟ ୨ ଦୁଇ ଜଣ ନିଖୋଜ ଅଛନ୍ତି ।

ସୂଚନାଯୋଗ୍ୟ, ସାମୁଦ୍ରିକ ଝଡ଼ ’ତିତଲି’ ପ୍ରଭାବରେ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ରେକର୍ଡ କରାଯାଇଥିଲା ।  ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ ଜିଲ୍ଲା ସୋରଡା ଗାଜଲବାଡି ପଞ୍ଚାୟତ ପଙ୍କାଳସାହୀ ଗାଁରେ ବନ୍ୟା ପାଣିରେ ଏକ ଘର ଭାସି ଯିବାରୁ ସେଥିରେ ଥିବା ୬ ଜଣ ଲୋକ ନିଖୋଜ ହୋଇଯାଇଛିନ୍ତି । ପଙ୍କାଳସାହୀ ଗାଁ ନିକଟ ଅଡାଙ୍ଗି ନଦୀରେ ଘରଟି ଭସିଯାଇଥିବା ସୂଚନା ମିଳିଥିଲା । ନିଖୋଜଙ୍କ ମଧ୍ୟରେ ଗୋଟିଏ ପରିବାରର ୪ ସଦସ୍ୟ, ସ୍ୱାମୀ-ସ୍ତ୍ରୀ ଓ ପୁଅ-ବୋହୂ ଥିବା ବେଳେ ସେହି ଘରେ ଆଶ୍ରୟ ନେଇଥିବା ଅନ୍ୟ ୨ ଜଣ ଲୋକ ମଧ୍ୟ ନିଖୋଜ ହୋଇଯାଇଥିଲେ ।

Leave A Reply