ଭାସି ଯିବାର ୧୧ ଦିନ ପରେ ଆଉ ଜଣଙ୍କ ମୃତଦେହ ଠାବ

0

ବ୍ରହ୍ମପୁର : ସାମୁଦ୍ରିକ ଝଡ଼ ‘ତିତଲି’ ପ୍ରଭାବରେ ଗଞ୍ଜାମ ଜିଲ୍ଲା ସୋରଡା ଗାଜଲବାଡି ପଞ୍ଚାୟତ ପଙ୍କାଳସାହୀ ଗାଁରେ ବନ୍ୟା ଜଳରେ ୬ ଜଣ ଭାସିଯାଇ ନିଖୋଜ ହୋଇଥିଲେ । ଏହି ଘଟଣାର ୧୧ ଦିନ ପରେ ଆଉ ଜଣଙ୍କ ମୃତଦେହ ଠାବ ହୋଇଛି । ମୃତଦେହ ଗାଜଲବାଡି ଅଡଙ୍ଗୀ ନଦୀ ବାଲିରେ ପୋତି ହୋଇ ରହିଥିବା ଜଣାପଡିଛି । ପୂର୍ବରୁ ୨ ଜଣଙ୍କ ମୃତଦେହ ମିଳିଥିବା ବେଳେ ଏପର୍ଯ୍ୟନ୍ତ ଅନ୍ୟ ୩ ଜଣଙ୍କ ନିଖୋଜ ରହିଛନ୍ତି ।

ସୂଚନାଯୋଗ୍ୟ, ‘ତିତଲି’ପରେ ବନ୍ୟା ପାଣିରେ ଏକ ଘର ଭାସିଯିବାରୁ ସେଥିରେ ଥିବା ୬ ଜଣ ଲୋକ ନିଖୋଜ ହୋଇଯାଇଥିଲେ । ନିଖୋଜଙ୍କ ମଧ୍ୟରେ ଗୋଟିଏ ପରିବାରର ୪ ସଦସ୍ୟ, ସ୍ୱାମୀ-ସ୍ତ୍ରୀ ଓ ପୁଅ-ବୋହୂ ଥିବା ବେଳେ ସେହି ଘରେ ଆଶ୍ରୟ ନେଇଥିବା ଅନ୍ୟ ୨ ଜଣ ଲୋକ ମଧ୍ୟ ନିଖୋଜ ହୋଇଯାଇଛନ୍ତି। ନିଖୋଜ ସମସ୍ତଙ୍କୁ ଉଦ୍ଧାର ଲାଗି ପ୍ରୟାସ ଜାରି ରହିଥିଲା ।

Leave A Reply