ଥକ୍କାପଣ ଦୂରେଇବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ

0

ପ୍ରାୟତଃ କାର୍ଯ୍ୟବ୍ୟସ୍ତତା ମଧ୍ୟରେ ଆମେ ସ୍ୱାସ୍ଥ୍ୟ ପ୍ରତି ଅବହେଳା କରିଥାନ୍ତି। ଏହା ଦ୍ୱାରା ଶରୀରର ବହୁତ କ୍ଷତି ହୋଇଥାଏ। ବିଶେଷ କରି ଥକ୍କାପଣ ଏକ ବଡ଼ ସମସ୍ୟା, ଯାହା କାର୍ଯ୍ୟ କରିବାର ସ୍ପୃହାକୁ ନଷ୍ଟ କରିଥାଏ ଓ ଅସୁସ୍ଥ ଅନୁଭବ କରାଇଥାଏ। ତେବେ ଆସନ୍ତୁ ଜାଣିବା କିଛି ସହଜ ଉପାୟ ଯାହାଦ୍ୱାରା ଆପଣ ଏହି ସମସ୍ୟାରୁ ବର୍ତ୍ତି ପାରିବେ।
ଅଧିକ ପାଣି ପିଅନ୍ତୁ – ଜଳ ଶରୀର ପାଇଁ ବହୁତ ଆବଶ୍ୟକ ହୋଇଥାଏ। ପାଣି କମ୍‍ ପିଇବା ଦ୍ୱାରା ଶରୀରର ଶକ୍ତି କମି ଯାଇଥାଏ, ଯାହାଦ୍ୱାରା କ୍ଳାନ୍ତି ବା ଥକ୍କାପଣ ଆସିଥାଏ। ତେଣୁ ଭରପୁର ମାତ୍ରାରେ ପାଣି ପିଅନ୍ତୁ।
ପୌଷ୍ଟିକ ଖାଦ୍ୟ – ଶରୀରକୁ ସବୁବେଳେ ପୁଷ୍ଟିକର ଖାଦ୍ୟର ଆବଶ୍ୟକତା ରହିଥାଏ। ବିଶେଷ କରି ସବୁଜ ପନିପରିବା ଓ ଶାଗ ଖାଇବା ଦ୍ୱାରା ଶରୀରକୁ ପର୍ଯ୍ୟାପ୍ତ ପରିମାଣର ପୋଷଣ ମିଳଥାଏ, ଯାହାଦ୍ୱାରା ଥକ୍କାପଣ ଦୂର ହୋଇଥାଏ।
ଶରୀରକୁ ଚଳ ପ୍ରଚଳ କରନ୍ତୁ – ଅଫିସ କିମ୍ବା ଘରେ କାମ କରୁଥିବା ସମୟରେ ଆମେ ଗୋଟିଏ ମୁଦ୍ରାରେ ଅଧିକ ସମୟ ଧରି ବସି ରହିଥା’ନ୍ତି। ଏହାଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ସୁଚାରୁ ରୂପେ ହୋଇପାରେ ନାହିଁ। ତେଣୁ କାମ କରୁଥିବା ମଧ୍ୟରେ ବେଳେବେଳେ ବିରତି ନିଅନ୍ତୁ ଓ ଶରୀରକୁ ଚଳପ୍ରଚଳ କରନ୍ତୁ। ଏହାଦ୍ୱାରା ଥକ୍କାପଣ ଆସିନଥାଏ ଓ ଅଧିକ ସମୟ ପର୍ଯ୍ୟନ୍ତ କାମ କରିବାର ଆଗ୍ରହ ବଢିଥାଏ।
ବ୍ୟାୟାମ – ନିୟମିତ ଭାବେ ବ୍ୟାୟାମ କରିବା ଦ୍ୱାରା ଶରୀର ସୁସ୍ଥ ରହିବା ସହିତ ଥକ୍କାପଣ ଦୂର ହୋଇଥାଏ।
ଯଥେଷ୍ଟ ନିଦ୍ରା – ଯଥେଷ୍ଟ ସମୟ ନଶୋଇବା ଦ୍ୱାରା ଶରୀରରେ ଥକ୍କାପଣ ଅନୁଭବ ହୋଇଥାଏ। ଥକ୍କାପଣରୁ ଦୂରେଇ ରହିବା ପାଇଁ ଅତି କମ୍‍ରେ ୮ ଘଣ୍ଟା ନିଦ୍ରା ନିହାତି ଆବଶ୍ୟକ।

Leave A Reply