ଭ୍ରୂଲତାକୁ ଘନ ଓ ଆକର୍ଷଣୀୟ କରିବା ପାଇଁ ଆପଣାନ୍ତୁ ଏହି ଘରୋଇ ଟିପ୍ସ

ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧିରେ ଭ୍ରୂଲତା ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଭ୍ରୂଲତାର ସଠିକ୍ ଆକାର ଏବଂ ଘନତ୍ୱ ଆଖିକୁ ଆକର୍ଷଣୀୟ କରିଥାଏ। ହେଲେ କିଛି ଲୋକଙ୍କ ଭ୍ରୂଲତା ଖୁବ୍ ପତଳା ହୋଇଥାଏ। ଯେତେ ଚେଷ୍ଟା କଲେ ମଧ୍ୟ ତାହା ଘନ ଓ କଳା ହୋଇ ନ ଥାଏ। ଫଳରେ ଆଖି ତଥା ମୁହଁର ସୌନ୍ଦର୍ୟ୍ୟ ବୃଦ୍ଧିରେ ଏହା ବାଧା ଉପୁଯାଇଥାଏ। ତେବେ ଏପରି କିଛି ଘରୋଇ ଉପାୟ ଅଛି, ଯାହାକୁ ଆପଣାଇଲେ ଭ୍ରୂଲତାର ଘନତ୍ବ ବଢିବା ସହ ଏହା ଆକର୍ଷଣୀୟ ଲାଗିଥାଏ। ଆସନ୍ତୁ ଜାଣିବା, ଘରୋଇ ଉପାୟରେ କିପରି ଭ୍ରୂଲତାକୁ ଘନ ଓ ସୁନ୍ଦର କରିପାରିବା –

–ପ୍ରତିଦିନ ଶୋଇବା ପୂର୍ବରୁ ଭ୍ରୂଲତାରେ ବାଦାମ ତେଲ ଲଗାନ୍ତୁ। ଏହା ଆପଣଙ୍କ ଭ୍ରୂଲତାକୁ ପୋଷଣ ଯୋଗାଇଥାଏ। ଫଳରେ ତାହା ଆକର୍ଷଣୀୟ ହୋଇଥାଏ।
–ପ୍ରତିଦିନ ୨ ବୁନ୍ଦା ବାଦାମ ତେଲରେ ୨ ବୁନ୍ଦା ମହୁ ମିଶାଇ ଭ୍ରୂଲତାରେ ଲଗାନ୍ତୁ। ଫଳରେ ଏହାର ଘନତ୍ୱ ବଢିବ।
–ପ୍ରତିଦିନ ଜଡ଼ା ତେଲ ମାଲିସ କଲେ ଭ୍ରୂଲତା କଳା ହୋଇଥାଏ।
–ଯଦି ଆପଣଙ୍କ ଭ୍ରୂଲତା କମ୍ ରହିଛି ଅର୍ଥାତ୍ ପତଳା, ତେବେ ସପ୍ତାହକୁ ଦୁଇ ଥର ଅଣ୍ଡାର ଧଳା ଅଂଶ ଭ୍ରୂଲତାରେ ଲଗାଇଲେ ଲାଭ ମିଳିବ।

Comments are closed.