ତୁଳସୀ ଗଛ ନିକଟରେ ରଖନ୍ତୁ ନାହିଁ ଏସବୁ ଜିନିଷ : ଦେଖାଦେବ ଅନେକ ସମସ୍ୟା

0

ସାଧାରଣତଃ ଘର ଆଗରେ ତୁଳସୀ ଗଛ ରହିବାକୁ ଶୁଭ ବୋଲି କୁହାଯାଏ। ହିନ୍ଦୁ ଶାସ୍ତ୍ର ଅନୁସାରେ, ଯେଉଁ ଘରେ ତୁଳସୀ ଗଛ ଥାଏ ସେହି ଘରେ କେବେହେଲେ ସମସ୍ୟା ଆସିନଥାଏ। ଏହା ଅନେକ ଔଷଧୀୟ ଗୁଣରେ ମଧ୍ୟ ଭରପୁର। ହେଲେ ତୁଳସୀ ଗଛକୁ ନେଇ କିଛି ନିୟମ ରହିଛି, ଯେଉଁଥିରେ ତ୍ରୁଟି ହେଲେ ବିପରୀତ ଫଳ ମିଳିଥାଏ। ତେବେ ଏପରି କିଛି ଜିନିଷ ଅଛି ଯାହାକୁ ତୁଳସୀ ଗଛ ପାଖରେ ରଖିବା ଆଦୌ ଉଚିତ ନୁହେଁ। ଏହାଦ୍ବାରା ମାତା ତୁଳସୀ କ୍ରୋଧିତ ହୋଇଯାଆନ୍ତି ଫଳରେ ଆପଣଙ୍କର ଅନେକ ସମସ୍ୟା ଉପୁଜିଥାଏ। ଚାଲନ୍ତୁ ଜାଣିବା ସେହି ସବୁ ଜିନିଷ ବିଷୟରେ, ଯାହାକୁ ତୁଳସୀ ଗଛ ପାଖେ ରଖିବା ଅନୁଚିତ୍ –

ତୁଳସୀ ଗଛ ପାଖରେ ଭୁଲରେ ମଧ୍ୟ ଓଦା କପଡ଼ା ଶୁଖାଇବା ଉଚିତ ନୁହେଁ। ଏହାଦ୍ୱାରା ସକରାତ୍ମକ ଶକ୍ତି ହ୍ରାସ ହେବାକୁ ଲାଗିଥାଏ ଏବଂ ମାତା ତୁଳସୀ ବହୁତ କ୍ରୋଧିତ ହୋଇଥାଆନ୍ତି। ତୁଳସୀ ଗଛ ଓ ତା’ର ରହିଥିବା ସ୍ଥାନକୁ ସବୁ ସମୟରେ ପରିଷ୍କାର ରଖିବା ପାଇଁ ଧ୍ୟାନ ଦେବା ଆବଶ୍ୟକ। ଏଥିପ୍ରତି ଧ୍ୟାନ ନଦେଲେ ଅଶାନ୍ତି ଏବଂ ଧନହାନି ହୋଇଥାଏ।

ତୁଳସୀ ଗଛ ପାଖରେ ଗଣେଶଙ୍କ ମୂର୍ତ୍ତି ରଖିବାକୁ ବହୁତ ବଡ଼ ଭୁଲ ବୋଲି ବିବେଚନା କରାଯାଏ। ତେଣୁ ଏମିତି କରିବା ଆଦୌ ଉଚିତ ନୁହେଁ। ଏହା ଦ୍ବାରା ଘରେ ଦାରିଦ୍ର୍ୟତା ଦେଖାଦେଇଥାଏ।

ତୁଳସୀ ଗଛ ପାଖରେ କେବେହେଲେ ଜୋତା ଚପଲ ରଖନ୍ତୁ ନାହିଁ। ଏହାକୁ ବହୁତ ଅଶୁଭ ବୋଲି ଧରାଯାଏ।

Leave A Reply