ଶିଶୁର ରଙ୍ଗ ଗୋରା ହେବା ପାଇଁ ଗର୍ଭାବସ୍ଥାରେ ଆପଣାନ୍ତୁ ଏହି ଉପାୟ

0

ସାଧାରଣତଃ ସବୁ ଗର୍ଭବତୀ ମହିଳା ଚାହାନ୍ତି ତାଙ୍କର ଯେଉଁ ଶିଶୁ ଜନ୍ମ ହେବ ସେ ରୂପବାନ୍ ଓ ଗୁଣବାନ୍ ହେଉ। ଏନେଇ ସେମାନେ ଗର୍ଭାବସ୍ଥା ସମୟରେ ଅନେକ ପନ୍ଥା ମଧ୍ୟ ଆପଣାଇ ଥାଆନ୍ତି। ବିଶେଷ କରି ଗର୍ଭବତୀମାନେ ଚାହାନ୍ତି ତାଙ୍କ ଶିଶୁଟି ଗୋରା ହେଉ। ହେଲେ କ’ଣ ଆପଣ ଜାଣନ୍ତି ଏହା ଆପଣଙ୍କ ହାତରେ ଅଛି ? ଆପଣ ଚାହିଁଲେ ଆପଣଙ୍କ ଶିଶୁର ରଙ୍ଗ ଗୋରା ହୋଇ ପାରିବ। କିଛି ଉପାୟ ରହିଛି ଯାହାକୁ ଅବଲମ୍ବନ କଲେ ଆପଣଙ୍କର ଏକ ଗୋରା ଶିଶୁ ଜନ୍ମ ନେବ। ତେବେ ଜାଣନ୍ତୁ ଗୋରା ଶିଶୁ ଜନ୍ମ ହେବାର କ’ଣ ଉପାୟ ରହିଛି –
-ଗର୍ଭବତୀ ହେବାର ୫-୬ ମାସ ଯାଏଁ ପଇଡ଼ ପାଣି ସହ ମିଶ୍ରି ଚୋବାଇ ଖାଇଲେ ସନ୍ତାନ ଗୋରା ଏବଂ ବୁଦ୍ଧିମାନ ହୋଇଥାଏ।

-ପ୍ରତ୍ୟେକ ଦିନ ସକାଳେ ଓ ସନ୍ଧ୍ୟାରେ ଗର୍ଭବତୀ ମହିଳା ଗୋଟେ ଗ୍ଲାସ କ୍ଷୀରରେ କେଶର ମିଶାଇ ପିଇବା ଉଚିତ୍। ଫଳରେ ନିଜ ତ୍ୱଚା ଗୋରା ହେବା ସହ ଜନ୍ମ ନେବାକୁ ଥିବା ଶିଶୁ ମଧ୍ୟ ଗୋରା ହୋଇଥାଏ।
-ଗର୍ଭବତୀ ମହିଳା ପାନମଧୁରୀ ଖାଇଲେ କିମ୍ୱା ପାଣିରେ ମିଶାଇ ପିଇଲେ ଶିଶୁର ରଙ୍ଗ ଗୋରା ହୋଇଥାଏ।
-ଗର୍ଭାବସ୍ଥାରେ ଅଧିକ ଚିନ୍ତା କରିବା ଅନୁଚିତ୍। ମାନସିକ ଚାପ ଶିଶୁ ଉପରେ କୁପ୍ରଭାବ ପକାଇଥାଏ। ଏହା ଦ୍ୱାରା ସନ୍ତାନର ରଙ୍ଗ ଉପରେ ମଧ୍ୟ ଖରାପ ପ୍ରଭାବ ପଡ଼ିଥାଏ।
-ଗର୍ଭବତୀ ସମୟରେ ଡାକ୍ତର ଡାଳିମ୍ୱ ଏବଂ ଅଙ୍ଗୁର ଖାଇବା ପାଇଁ ପରାମର୍ଶ ଦିଅନ୍ତି। ଏହି ଫଳର ସେବନ ଦ୍ବାରା ଶିଶୁର ଶରୀର ମଜବୁତ ହୋଇଥାଏ।
-ଅଁଳା ଓ ଅଁଳାରୁ ତିଆରି ଜାମ୍ ଖାଇବା ଗର୍ଭବତୀ ମହିଳାଙ୍କ ପାଇଁ ଏ କ୍ଷେତ୍ରରେ ଲାଭଦାୟକ ହୋଇଥାଏ।

Leave A Reply