ଏହି ଘରୋଇ ଉପାୟରେ ନିଅନ୍ତୁ ଆଖିର ଯତ୍ନ

ଆଖି ଆମ ମୁହଁର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଏହାର ସୌନ୍ଦର୍ଯ୍ୟ ଆମ ମୁହଁର ସୁନ୍ଦରତାକୁ ଦୁଇ ଗୁଣିତ କରିଥାଏ। ମାତ୍ର କିଛି କାରଣରୁ ଆମେ ଏହାର ଠିକ ଭାବରେ ଯତ୍ନ ନେଇପାରୁ ନାହୁଁ। ଦୈନନ୍ଦିନ ଜୀବନର କେତେକ କାରଣ ହେତୁ ଚକ୍ଷୁ ଉପରେ ବହୁ ପ୍ରଭାବ ପଡ଼ିଥାଏ। ଯେପରି କମ୍ପ୍ୟୁଟର ସମ୍ମୁଖରେ ଅଧିକ ସମୟ ବସିବା, ଉପଯୁକ୍ତ ପରିମାଣ ଭିଟାମିନ ଖାଦ୍ୟ ନ ଖାଇବା, କମ ପରିମାଣରେ ପାଣି ପିଇବା ଆଦି କାରଣ ହେତୁ ଆଖି ଉପରେ କୁପ୍ରଭାବ ପଡ଼ିବା ସହ ଏହାର ସୌନ୍ଦର୍ଯ୍ୟ କମ ହୋଇଥାଏ। ଆଖି ଶରୀରର ଏକ ସୂକ୍ଷ୍ମ ଅଙ୍ଗ ହୋଇଥିବାରୁ ବିଶେଷ ଭାବରେ ଏହାର ଯତ୍ନ ନେବା ଉଚିତ। କିଛି ଘରୋଇ ଉପାୟରେ ଆମେ ଏହି ସମସ୍ୟାରୁ ମୁକ୍ତି ପାଇପାରିବା….
କାକୁଡ଼ିର ବ୍ୟବହାର
କାକୁଡ଼ିରେ ପର୍ଯ୍ୟାପ୍ତ ପରିମାଣରେ ପାଣି ଥାଏ। ଏହାର ଆଖିର ଥକ୍କାପଣ ଦୂର କରିଥାଏ। ଆଖି ତଳର କଳା ଦାଗ ଦୂର କରିବା ସହ ଏହାର ସୌନ୍ଦର୍ଯ୍ୟ ବଢାଇଥାଏ। ନିୟମତି ୧୫ ରୁ ୨୦ ମିନିଟ କାକୁଡ଼ିକୁ ଗୋଲ ଆକୃତିର ଦୁଇଫାଳ କାଟି ଆଖି ଉପରେ ରଖନ୍ତୁ। ଆଖି ପାଇଁ ଏହା ଖୁବ ଲାଭଦାୟକ ଅଟେ।
ଲିଚୁ ର ବ୍ୟବହାର
ଲିଚୁ ଖାଇବା ପାଇଁ ଯେପରି ସ୍ୱାଦିଷ୍ଟ ଅଟେ। ସେପରି ଆଖି ପାଇଁ ମଧ୍ୟ ଲାଭଦାୟକ। ଏଥିରେ ଥିବା ଆଣ୍ଟିଅକ୍ସିଡ଼ାଣ୍ଟ ଆଖିର ଦାଗ ଦୂର କରିବା ସହ ଏହାର ଉଜ୍ୱଳତା ବଢାଇଥାଏ। ଏହାକୁ ଦୁଇଫାଳ କରି ଆଖିରେ ଲଗାଇ ୨୦ ରୁ ୩୦ ମିନିଟ ରଖିଲେ ଏହା ଆଖି ପାଇଁ ଖୁବ ଉପକାରୀ ହୋଇଥାଏ।
ଆଳୁର ବ୍ୟବହାର
ଆଳୁରେ ପାଣି ଭାଗ ରହିବା ସହ ଭିଟାମିନ ସି ଓ ପୋଟାସିୟମ ଅଧିକ ପରିମାଣରେ ଥାଏ। ଏହାକୁ ନିୟମିତ ୧୦ ରୁ ୧୫ ମିନିଟ ଲଗାଇଲେ ମଧ୍ୟ ଆଖି ପାଇଁ ଖୁବ ଲାଭଦାୟକ ଅଟେ।
ଗୋଲାପ ଜଳ
ଆଖିରେ ଗୋଲାପ ଜଳକୁ ତୁଳା ସାହାଯ୍ୟରେ ବ୍ୟବହାର କରିବା ଦ୍ୱାରା ଆଖି କୁଣ୍ଡାଇ ହେବା, ଲାଲ ହେବା ଭଳି ବିଭିନ୍ନ ସମସ୍ୟାରୁ ମୁକ୍ତି ମିଳିଥାଏ।