୨୬ ବର୍ଷୀୟା ପତ୍ନୀ ଙ୍କୁ ତିନ୍‌ ତଲାକ ଦେଇ ୬୨ ବର୍ଷିୟ ବୃଦ୍ଧ ପତି ଗିରଫ

ଆଜମେର୍‌ . – ଆଜମେର ଦରଘାରେ କାମ କରୁଥିବା ଜଣେ ୬୨ ବର୍ଷିୟ ବୃଦ୍ଧ ତାଙ୍କର ୨୬ ବର୍ଷୀୟ ପତ୍ନୀଙ୍କୁ ତିନ୍‌ ତଲାକ ଦେଇ ଗିରଫ ହୋଇଛନ୍ତି । କେବଳ ସେତିକି ନୁହେଁ ସେ ତାଙ୍କର ପତ୍ନୀଙ୍କୁ ବିଭିନ୍ନ ସମୟରେ ହଇରାଣ କରୁଥିବା ଅଭିଯୋଗ ହୋଇଛି ।
ସଲିମୁଦ୍ଦିନ ନାମକ ଏହି ବ୍ୟକ୍ତି ଜଣଙ୍କ ୨ ବର୍ଷ ତଳେ ତାଙ୍କ ସେହିସମୟରେ ୨୪ ବର୍ଷିୟା ପତ୍ନୀଙ୍କୁ ବିବାହ କରିଥିଲେ । ମାତ୍ର ବିବାହର ଦୁଇ ମାସ ପରେ ସେ ପତ୍ନୀଙ୍କୁ ଶାରିରୀକ ଓ ମାନସିକ ଯନ୍ତ୍ରଣା ଦେଉଥିବା ଅଭିଯୋଗ ହୋଇଛି ।

ସଲିମୁଦ୍ଦିନଙ୍କ ନାମରେ ତାଙ୍କ ପତ୍ନୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଭାରତୀୟ ପିଙ୍ଗଳ ଧାରା ୪୯୮-କ ଅନୁସାରେ ତାଙ୍କୁ ଗିରଫ କରିଛି । ନୂଆକରି ଲାଗୁ ହୋଇଥିବା ତିନ୍‌ ତଲାକ୍‌ ବିଧେୟକ ଅନୁସାରେ ତାଙ୍କ ବିରୋଧରେ କାର୍ଯ୍ୟୁନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ତିନ୍‌ ତଲାକ ବିଧେୟକରେ ହଠାତ୍‌ ତିନ୍‌ ତଲାକ ଦେବାକୁ ବେଆଇନ ଘୋଷଣା କରାଯାଇଛି । ଏହାକୁ ସଂସଦରେ ପାରିତ କରାଯିବା ପରେ ରାଷ୍ଟ୍ରପତି ଅନୁମୋଦନ କରିଛନ୍ତି ।

Comments are closed.