ଟିକଟକ୍ ମାମଲା; ମାଡ୍ରାସ ହାଇକୋର୍ଟଙ୍କ ଆଦେଶ ଉପରେ ରହିତାଦେଶ ପାଇଁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଟିକଟକ୍ ଭିଡିଓ ଆପ୍ ଉପରେ କଟକଣା ଲଗାଇବାକୁ ନେଇ ମାଡ୍ରାସ ହାଇକୋର୍ଟଙ୍କ ଆଦେଶ ଉପରେ ରହିତାଦେଶ ଲଗାଇବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାରେ ଏପ୍ରିଲ ୨୨ ତାରିଖରେ ଆଗାମୀ ଶୁଣାଣି କରିବେ । ଆସନ୍ତାକାଲି ମାଦ୍ରାସ ହାଇକୋର୍ଟରେ ଏହି ମାମଲାର ଶୁଣାଣି ହେବାକୁ ଥିବାରୁ ସୁପ୍ରିମକୋର୍ଟ ଆସନ୍ତା ୨୨ ତାରିଖକୁ ଏହାର ଶୁଣାଣି ପାଇଁ ସ୍ଥିର କରିଛନ୍ତି ।

ସୂଚନାଯୋଗ୍ୟ, ଏହି ଆପ୍ ମାଧ୍ୟମରେ ସମାଜକୁ ଅଶ୍ଳୀଳ ଏବଂ ଅରୁଚିକର ବାର୍ତ୍ତା ଯାଉଥିବା ଅଭିଯୋଗରେ ଏପ୍ରିଲ ୩ ତାରିଖରେ ମାଡ୍ରାସ ହାଇକୋର୍ଟ ଟିକଟକ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ନେଇ କେନ୍ଦ୍ର ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ପିଟିସନ ଦାଖଲ କରିଥିଲା । ଏହି ଜନହିତ ପିଟିସନ ଆଧାରରେ କୋର୍ଟ ଅସ୍ଥାୟୀ ଆଦେଶ ମଧ୍ୟ ଜାରି କରିଥିଲେ ।

Comments are closed.