ଥାନାରେ ଟିକ୍‌ଟକ୍‌ ଭିଡିଓ କରି ଚାକିରି ହରାଇଲେ ମହିଳା ଥାନା ଅଧିକାରୀ

ଅହମ୍ମଦାବାଦ . – ଥାନାରେ ଟିକ୍‌ଟକ୍‌ ଭିଡିଓ ସୁଟିଂ କରିବା ଜଣେ ମହିଳା ଥାନା ଅଧିକାରୀଙ୍କ ପାଇଁ ମହଙ୍ଗା ସାବସ୍ତ୍ୟ ହୋଇଛି । ଟିକ୍‌ଟକ୍‌ ଟ୍ରେଣ୍ଡରୁ ଏହି ମହିଳା ଥାନା ଅଧିକାରୀ ବର୍ତ୍ତି ପାରି ନାହାନ୍ତି । ଅର୍ପିତା ଚୌଧୁରୀ ନାମକ ଏହି ମହିଳା ଥାନା ଅଧିକାରୀ ଥାନା ଭିତରେ ଏକ ଟିକ୍‌ଟକ୍‌ ଭିଡିଓରେ ନାଚୁଥିବା ଦେଖିବାକୁ ମିଳିଥିଲା ।

ଲହଙ୍ଗଜ୍‌ ଥାନା ମଧ୍ୟରେ ସେ ଏହି ଟିକ୍‌ଟକ୍‌ ଭିଡିଓକୁ ସୁଟିଂ କରାଯାଇଥିଲା । ସମାଜିକ ଗଣମାଧ୍ୟମରେ ଏହା ଭାଇରାଲ୍‌ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ।  ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା । କାର୍ଯ୍ୟରେ ଥିବା ବେଳେ ଏହି ଭିଡିଓକୁ ସୁଟିଂ କରିଥିବା ପୁଲିସ ଉପାଧ୍ୟକ୍ଷ ମଞ୍ଜିତ୍‌ ବନଜାରା କହିଛନ୍ତି । ଏହାପରେ ଅର୍ପିତା ଭିଡିଓଟିକୁ ଟିକ୍‌ଟକ୍‌ରୁ ଡିଲିଟ୍‌ କରି ଦେଇଥିଲେ ।

ପୂର୍ବକୁ ଓଡିଶାରୁ ମାଲକାନଗିରି ମୁଖ୍ୟଚିକିତ୍ସାଳୟରେ କିଛି ନର୍ସ ଶିଶୁଙ୍କ ଉଦ୍ୟେଶରେ ଥିବା ଏସ୍‌ଏନ୍‌ସିୟୁରେ ଟିକ୍‌ଟକ୍‌ ଭିଡିଓ ଉତ୍ତୋଳନ କରିଥିଲେ । ଏହାପରେ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଥିଲା ।

Comments are closed.