ନନ୍ଦନକାନନରେ ରହିବ ‘ସୁନ୍ଦରୀ’

0

ଭୁବନେଶ୍ବର: ସାତକୋଶିଆ ଜଙ୍ଗଲରେ ଗୋଟିଏ ପରେ ଗୋଟିଏ ଶିକାର କରି ଚାଲିଥିବା ବାଘୁଣୀ ‘ସୁନ୍ଦରୀ’କୁ ଧରିବା ପାଇଁ ବନ ବିଭାଗ କର୍ମଚାରୀ ନାକେଦମ୍ ହେଲେଣି । ‘ସୁନ୍ଦରୀ’କୁ ଧରିବା ପାଇଁ ଗତ ୪ ଦିନ ହେଲା ବନ ବିଭାଗ କର୍ମଚାରୀ ଅଭିଯାନ ଚଳାଇଛି । ରାଜ୍ୟ ବାହାରୁ ବିଶେଷଜ୍ଞ ଦଳ ପହଞ୍ଚି ଏହି ଅଭିଯାନରେ ସାମିଲ ହୋଇଛନ୍ତି । ହେଲେ ସୁନ୍ଦରୀ ଧରା ଦେବା ପରିବର୍ତ୍ତେ ସମସ୍ତଙ୍କୁ ଚକମା ଦେଖାଇ ଖସି ପଳାଇବାରେ ସଫଳ ହୋଉଛି । ଖୁବଶୀଘ୍ର ଟ୍ରାଂକ୍ୟୁଲାଇଜ୍ ମାଧ୍ୟମରେ ସୁନ୍ଦରୀ ଧରାଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି । ଧରାଯିବା ପରେ ସୁନ୍ଦରୀକୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରଖାଯିବ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ସୂଚନା ଦେଇଛନ୍ତି ।

Leave A Reply