ନନ୍ଦନକାନନରେ ବାଘ ରୋଶନ ଗୁରୁତର

0

ନନ୍ଦନକାନନ : ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୧୭ବର୍ଷୀୟ ଅଣ୍ଡିରା ବାଘ ରୋଶନ ବାର୍ଦ୍ଧକ୍ୟରୁ ଅସୁସ୍ଥ ହୋଇଛି। ତା’ର ପଛ ଗୋଡ ପକ୍ଷାଘାତ ଜନିତ ସମସ୍ୟା ଦେଖାଦେଇଛି। ଦିନକୁ ଦିନ ଦୁର୍ବଳ ହେବା ସହିତ ଗୋଟିଏ ସ୍ଥାନରେ ପଡି ରହୁଛି। ଦୁଇଦିନ ହେଲା କିଛି ଖାଉନି। ଗତ ୪ ତାରିଖରେ ଓୟୁଏଟି ବିଶେଷଜ୍ଞଙ୍କୁ ନେଇ ଗଠିତ ଟେକନିକାଲ କମିଟିର ପରାମର୍ଶ କ୍ରମେ ରୋଶନର ଶେଷ ସମୟର ଚିକିତ୍ସା ଓ ଯତ୍ନ ନନ୍ଦନକାନନ ପ୍ରାଣୀ ଚିକିତ୍ସକମାନେ କରୁଛନ୍ତି। ପୂର୍ବରୁ ରହୁଥିବା ୩୨ ନମ୍ବର (ଘ) ଖୁଆଡରେ ରଖାଯାଇଛି।
୨୦୦୨ ମସିହାରେ ନନ୍ଦନକାନନରେ ରହୁଥିବା ବାଘ ରାମ ଓ ବାଘୁଣୀ ଶ୍ରୀୟା ମିଳନରୁ ରୋଶନର ଜନ୍ମ ହୋଇଥିଲା। ତାକୁ ଦେଢ଼ବର୍ଷ ବୟସରୁ ଟ୍ରିପାନୋସୋମିଆସିସ୍‍ ରୋଗ ହୋଇଥିଲା। ଫଳରେ ସେ ଅନ୍ଧ ହୋଇଯାଇଥିଲା। ରୋଶନ ୧୦ଟି ଛୁଆର ବାପା ଥିଲା। ୨୦୧୯ ଫେବୃଆରୀ ୪ରୁ ରୋଶନ ପକ୍ଷାଘାତରେ ଶିକାର ହୋଇଛି।

Leave A Reply