ନନ୍ଦନକାନନରେ ବାଘୁଣୀ ମୃତ

ଭୁବନେଶ୍ୱର : ଭୁବନେଶ୍ୱର ବାରଙ୍ଗରେ ଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସୋମବାର ଏକ ବାଘୁଣୀର ମୃତ୍ୟୁ ହୋଇଛି। ମୃତ ବାଘୁଣୀ ହେଉଛି ପ୍ରିୟଙ୍କା ଓ ତା’ର ବୟସ ୧୯ ବର୍ଷ ୫ ମାସ । ବୟସାଧିକ ଯୋଗୁଁ ବାଘୁଣୀର ପ୍ରିୟଙ୍କାର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଗତ ୨ ବର୍ଷ ହେବ ବାଘୁଣୀ ପ୍ରିୟଙ୍କା ଅସୁସ୍ଥ ଥିବାରୁ ଚିକିତ୍ସାଧୀନ ଅବସ୍ଥାରେ ରହିଥିଲା। ବାଘୁଣୀର ମୃତ୍ୟୁ ପରେ ନନ୍ଦନକାନରେ ବାଘ ସଂଖ୍ୟା ୨୬। ଏମାନଙ୍କ ମଧ୍ୟରେ ଧଳା ବାଘ ୪ଟି, ଧଳା ବାଘୁଣୀ ୫ଟି, ୪ଟି କଳା ବାଘ ବୋଲି ସୂଚନା ମିଳିଛି।

Comments are closed.