ମହାବଳ ବାଘର ମୃତଦେହ ଉଦ୍ଧାର

0

ବରଗଡ଼ : ବରଗଡ଼ ଜିଲାର ଦେବରିଗଡ଼ ଅଭୟାରଣ୍ୟରେ ରବିବାର ଏକ ମହାବଳର ବାଘର ଗଳିତ ମୃତଦେହ ଠାବ ହୋଇଛି। ୩ ରୁ ୪ ଦିନ ପୂର୍ବରୁ ବାଘଟିର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ମୃତ ବାଘଟିର ମୁଣ୍ଡ ଓ ନଖ ନଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ , ପ୍ରଥମେ ଖୋର୍ଦ୍ଧା ଜିଲାରେ ଥିବା ଅବୈତନିକ ବନ୍ୟପ୍ରାଣୀ ସଂରକ୍ଷକ ଶୁବେନ୍ଧୁ ମଲ୍ଲିକ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମହାବଳ ବାଘର ମୃତଦେହ ଉଦ୍ଧାର କରିଥିଲେ। ପରେ ଖବର ପାଇ ବରଗଡ଼ ଡ଼ି. ଏଫ. ଓ ଅଭୟ ଦଳେଇ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ବାର୍‍ହା ମାରିବାକୁ ବିଛାଯାଇଥିବା ବିଦ୍ୟୁତତାର ସଂସ୍ପର୍ଶରେ ଆସି ବାଘଟି ମରିଥିବା ସନ୍ଦେହ କରାଯାଉଛି।

Leave A Reply