ଓଡିଶାର ୩ଟି ସ୍ଥାନରେ ମହାବଳ ବାଘ ଠାବ

0

ଭୁବନେଶ୍ବର: ଓଡିଶାରେ ତିନୋଟି ପୃଥକ ପୃଥକ ସ୍ଥାନରେ ମହାବଳ ବାଘ ଠାବ କରାଯାଇଛି । ବନ ବିଭାଗ ପକ୍ଷରୁ ଚାଲିଥିବା ଅନୁସନ୍ଧାନ ରିପୋର୍ଟରୁ ଏହା ପ୍ରମାଣ ହୋଇଛି । ସୁନ୍ଦରଗଡ ଜିଲ୍ଲାର ହେମଗିରି ଜଙ୍ଗଲ, ହୀରାକୁଦର ଦେବ୍ରିଗଡ ଅଭୟାରଣ୍ୟରେ ଏବଂ ରାୟଗଡା ଜିଲ୍ଲାର ମୁନିଗୁଡା ଜଙ୍ଗଲରେ ମହାବଳ ବାଘ ଥିବା ନେଇ ସନ୍ଧାନ ମିଳିଛି । ଏନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜଶ୍ରୀ ରାଉତରାୟ ସୂଚନା ଦେଇଛନ୍ତି । ଜଙ୍ଗଲରେ ଲାଗିଥିବା କ୍ୟାମେରାରେ ମହାବଳ ବାଘର ଫଟୋ କଏଦ ହୋଇଛି । ରାଜ୍ୟରେ ୬୦ରୁ ଅଧିକ ମହାବଳ ବାଘ ଅଛନ୍ତି ଏବଂ ସୁନାବେଡା ଓ ଦେବ୍ରିଗଡକୁ ବାଘ ଅଭୟାରଣ୍ୟ ଘୋଷଣା ପାଇଁ କେନ୍ଦ୍ର ଚିଠି ଲେଖାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

Leave A Reply