​ଉପବାସ‌ରେ ମହାବଳ !

0

ଅନୁଗୁଳ: ମଧ୍ୟପ୍ରଦେଶରୁ  ଅାାସିଥିବା ମହାବଳ ବାଘ ଉପବାସରେ ରହିଛି । ଗତକାଲିଠାରୁ ଆସଥିବା ବାଘ କିଛି ଖାଉନାହିଁ । ବାଘ ଖୁଆଡ ବା ଏନ୍‍କ୍ଲୋଜରରେ ଏକ ଜଙ୍ଗଲି ବାରହାକୁ ଛଡା ଯାଇଛି। କିନ୍ତୁ ବାଘ ତାକୁ ନ ଖାଇ ଓପାସରେ ଅଛି ।  ଯଦି ବାଘ ବାରହାକୁ ନିଜେ ମାରି ନ ଖାଏ, ତେବେ ବାରହାକୁ ମାରି ତା ମାଂସକୁ ବାଘକୁ ଖାଇବାକୁ  ଦିଆଯିବ ବୋଲି ସ୍ଥିର ହୋଇଛି । ୨ ଜଣ ପଶୁ ଡାକ୍ତର ବାଘ ଉପରେ ନଜର ରଖିଥିବା ଜଣାପଡିଛି। ଏନ୍‍କ୍ଲୋଜରରେ ପ୍ରଥମେ ବାଘକୁ ରଖାଯାଇ ଏ ଅଞ୍ଚଳର ପାଣି ପବନରେ ଖାପ ଖୁଆଇବା ଭଳି ପରିସ୍ଥିତି ପର୍ଯ୍ୟନ୍ତ ଅନୁଧ୍ୟାନ ପାଇଁ ରଖାଯାଇଛି।

ଗୁରୁବାର ବନବିଭାଗ କର୍ମଚାରୀ ଏହି ମହାବଳକୁ ଜଙ୍ଗଲରେ ଛାଡିଥିଲେ । ବାଘର ଗତିବିଧିକୁ ନିରୀକ୍ଷଣ କରିବା ପାଇଁ ତା’ ଶରୀରରେ ରେଡିଓ କଲାର ଲଗାଯାଇଛି । ଅନୁଗୋଳ ଜିଲା ଅନ୍ତର୍ଗତ ଟିକରପଡ଼ା ଅଞ୍ଚଳର ସାତକୋଶିଆ ବନଖଣ୍ଡ ଅନ୍ତର୍ଗତ ରାଇଗୁଡ଼ା ସଂରକ୍ଷିତ ଜଙ୍ଗଲର  ବ୍ୟାଘ୍ର ପ୍ରକଳ୍ପରେ  ବାଘ ସଂଖ୍ୟା ବଢାଇବା ପାଇଁ ଏଭଳି ଏକ ବଡ ଧରଣର ପଦକ୍ଷେପ ନିଆଯାଇଛି । ମଧ୍ୟପ୍ରଦେଶର  କାହ୍ନା ବ୍ୟାଘ୍ର ଅଭୟାରଣ୍ୟରୁ ପ୍ରଥମ ପର୍ଯ୍ୟାୟରେ ଏହି ମହାବଳକୁ ଅଣାଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୫ଟି ମହାବଳ ବାଘ ଅଣାଯିବ ।

ବାଘର ସ୍ୱାସ୍ଥ୍ୟାବସ୍ଥା ପାଇଁ ଏକ ଡ଼ାକ୍ତରୀ ଦଳକୁ ନିୟୋଜିତ କରାଯାଇଛି। ତେବେ ବାଘଟି ସୁରକ୍ଷିତ ଅବସ୍ଥାରେ ଥିବା ଜଙ୍ଗଲ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି।

Leave A Reply