ଗୁରୁବାର ରାଶିଫଳ

0

ମେଷ: ନିଜର ଜିଦ୍‌ ବଜାୟ ରଖିପାରନ୍ତି। ଭ୍ରମଣ ଯୋଗ ରହିଛି। କାର୍ଯ୍ୟରେ ସଫଳତା ମିଳିବ। କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ସଦ୍‌ବ୍ୟବହାର କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ଭକ୍ତି ଗାଥା ଶୁଣିବେ।
ବୃଷ: ଶିକ୍ଷାକ୍ଷେତ୍ରରେ ସଫଳତା ମିଳିବ; ମାତ୍ର ସୁଖ ମିଳିବା କଷ୍ଟକର ହୋଇପାରେ। ଅନଟନର ସମ୍ମୁଖୀନ ହୋଇପାରନ୍ତି। ଦୁଶ୍ଚିନ୍ତା ମଧ୍ୟଦେଇ ଗତି କରିବେ। ଅଷ୍ଟମଚନ୍ଦ୍ର ଯୋଗୁଁ ସତର୍କରେ ଚଳିବାକୁ ପଡ଼ିବ। ପତ୍ନୀଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।
ମିଥୁନ: ବ୍ୟବସାୟରୁ ଲାଭ ମିଳିବ। ମିତ୍ରଲାଭର ସୁଯୋଗ ଅଛି। ସୁଖକର ଘଟଣାମାନ ଘଟିବ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି। ଆନନ୍ଦ ଉପଭୋଗ କରିବେ। ମିଷ୍ଟାନ୍ନ ଭୋଜନ ମିଳିବ।
କର୍କଟ: ପରିବେଶ ଆପଣଙ୍କ ପାଇଁ ଲାଭପ୍ରଦ ହେବ। ବିଭିନ୍ନ ସ୍ତରରୁ ସହଯୋଗ ମିଳିବ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ଶୁଭଖବର ମିଳିବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି। ଋଣ ପରିଶୋଧ କରିବେ।
ସିଂହ: ପାରିବାରିକ ବୁଝାମଣାରେ ଉନ୍ନତି ଘଟିବ। କେତେକ କ୍ଷେତ୍ରରେ ନିରବ ଭାବ ପ୍ରଦର୍ଶନ କରିପାରନ୍ତି। ପଢ଼ା-ପଢ଼ିରେ ମନୋନିବେଶ କରିବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶୁଭଖବର ପାଇଁ ଆନନ୍ଦ ଅନୁଭବ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
କନ୍ୟା: ହଜିଥିବା ଦ୍ରବ୍ୟର ସନ୍ଧାନ ମିଳିବ। ପ୍ରତାରକମାନଙ୍କ ପ୍ରତି ସତର୍କ ରହିବାକୁ ପଡ଼ିବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ପରିଶ୍ରମର ମୂଲ୍ୟ ମିଳିବ। ପୌରୁଷ ହାନି ନ ଘଟିବା ପାଇଁ ଉଦ୍ୟମ ଜାରି ରଖିବେ।
ତୁଳା: ଆର୍ଥିକ ଅବସ୍ଥାରେ ସ୍ୱଚ୍ଛଳ ଦେଖା ଦେବ। ଶୁଭକାର୍ଯ୍ୟ ପାଇଁ ସମୟ ପ୍ରଶସ୍ତ ରହିଛି। ଦିଅଁ ଦର୍ଶନ କରିବାର ସୁଯୋଗ ସୃଷ୍ଟି ହୋଇଛି। ଅଶାନ୍ତିର ଉପଶମ ହେବ। ସରକାରୀ ସ୍ତରରୁ ଲାଭ ଉଠାଇବାକୁ ଆପ୍ରାଣ ଉଦ୍ୟମ କରି କୃତକାର୍ଯ୍ୟ ହେବେ।
ବିଛା: ବିଳାସ-ବ୍ୟସନ ଦ୍ରବ୍ୟ ଲାଭ କରିପାରନ୍ତି। ଆକସ୍ମିକ ସମସ୍ୟା ଦେଖା ଦେଇପାରେ। ବିବାଦୀୟ ଘଟଣାରେ ବିଜୟ ଲାଭ କରିବେ। କୃତୀ ପ୍ରତିଯୋଗୀଭାବେ ପୁରସ୍କୃତ ହେବେ। ସୁବର୍ଣ୍ଣ ପଦାର୍ଥ ଲାଭର ସୁଯୋଗ ଅଛି। ସୁଖ ମିଳିବ।
ଧନୁ: ଦୂର ଯାତ୍ରା ପାଇଁ ପ୍ରସ୍ତୁତି ଚଳାଇ ପାରନ୍ତି। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ଅଧିକ ହୋଇପାରେ। ସରକାରୀ ଓ ବନ୍ଧୁ ସହାୟତାରୁ ଲାଭବାନ୍‍ ହେବେ। ମିଷ୍ଟାନ୍ନ ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖକର ହେବ। ନୂଆ ବନ୍ଧୁ ଜୁଟିବେ।
ମକର: ମାନସିକ ସ୍ତରରେ ଚାପର ସମ୍ମୁଖୀନ ହୋଇପାରନ୍ତି। ଅଯଥା ବିତର୍କରେ ଭାଗ ନେଇ ନିରବ ଦର୍ଶକ ହେବା ଆପଣଙ୍କ ପକ୍ଷେ ଭଲ ହେବ। ସାମର୍ଥ୍ୟର କଳା ପ୍ରଦର୍ଶନ କରିପାରନ୍ତି। ଧନାଗମ ହେବାର ସୂଚନା ମିଳୁଛି। ଅଧିକ ଖର୍ଚ୍ଚାନ୍ତ ହେବେ।
କୁମ୍ଭ: ମାଲି-ମୋକଦ୍ଦମାେର ସଫଳତା ହାସଲ କରିପାରନ୍ତି। ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ। ସୁ-ସମ୍ବାଦ ପାଇ ଖୁସି ହେବେ। ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ। ସତ୍‍କର୍ମରେ ନିୟୋଜିତ ହେବେ। ଅର୍ଥ ମିଳିବ।
ମୀନ: ପରିଶ୍ରମର ମୂଲ୍ୟାଙ୍କନ ହେବ। ସୁ-ସମ୍ବାଦ ପାଇ ଖୁସି ହେବେ। କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିପାରନ୍ତି। ଆର୍ଥିକ କ୍ଷେତ୍ରରେ ସ୍ୱଚ୍ଛଳତା ଦେଖା ଦେବ। ଶୁଭକାର୍ଯ୍ୟ ପାଇଁ ପରିବେଶ ସ୍ୱଚ୍ଛ ରହିଛି। ବିବାଦୀୟ ଘଟଣାରେ ବିଜୟ ଲାଭ କରିବେ।

Leave A Reply