ଗୁରୁବାର ରାଶିଫଳ

ମେଷ: ବନ୍ଧୁ ସହଯୋଗ ପାଇ ଖୁସି ହେବେ। ସମ୍ମାନିତ ହେବାର ସୁଯୋଗ ଅଛି। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ବଭାବର ତଥା ଧର୍ମ ବିଶ୍ବାସୀ ହେବେ। ମଧୁରଭାଷୀ ହେବେ। ବନ୍ଧୁପ୍ରେମୀ, ଧାର୍ମିକ ଓ ବିଦ୍ବାନ୍‌ ହୋଇପାରନ୍ତି।
ବୃଷ: ସୌଭାଗ୍ୟଶାଳୀ ହେବେ। ପରିବାର ସହିତ ବିଳାସ-ବ୍ୟସନରେ ସମୟ ଅତିବାହିତ କରିବେ। ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି। ବ୍ୟବସାୟ ଲାଭଜନକ ହେବ। ପତ୍ନୀ ବିଳାସୀ ହୋଇପାରନ୍ତି। ମିତ୍ର ସୁଖ ମିଳିପାରେ।
ମିଥୁନ: ଭ୍ରମଣ ଜନିତ ସୁଖ ମିଳିପାରେ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟର ମାର୍ଗ ଉନ୍‌ମୁକ୍ତ ରହିବ। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ମାଲିମୋକଦ୍ଦମାରେ ବିଜୟୀ ହେବା ସହ ଅର୍ଥ ମିଳିବ।
କର୍କଟ: ବ୍ୟୟ ବୃଦ୍ଧି ହେବାରୁ ଅଶାନ୍ତି ଅନୁଭବ କରିବେ। ପଥରୋଧର ସମ୍ମୁଖୀନ ହୋଇପାରନ୍ତି। ଥଣ୍ଡା-କଫଜନିତ ପୀଡ଼ା ଅନୁଭବ କରିବେ। ଚଞ୍ଚଳ ସ୍ବଭାବର ହେବେ। ମିଠା କଥା କହି ପରକୁ ଆପଣାର କରିପାରନ୍ତି। ଧାର୍ମିକ ପ୍ରବୃତ୍ତିର ହେବେ।
ସିଂହ: ନିଜର ଅଧିକାର ସାବ୍ୟସ୍ତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଧନଲାଭ ହେବାର ସୂଚନା ମିଳୁଛି। ସୁସ୍ଥ ଓ ନିରାମୟ ରହିବେ। ଯଶସ୍ବୀ ହୋଇପାରନ୍ତି। ଲୋକପ୍ରିୟତା ବୃଦ୍ଧି ହେବ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ସରକାରୀ ଅର୍ଥ ପ୍ରାପ୍ତ ହେବେ।
କନ୍ୟା: କାହାକୁ ପରିହାସ କରନ୍ତୁ ନାହିଁ; କାରଣ ଦ୍ବନ୍ଦ୍ବ ଉପୁଜି ପାରେ। କଷ୍ଟ ସହି ମଧ୍ୟ ଭଲ ଆୟ କରିବେ। କୁଳ ଉଳକାରୀ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହୋଇପାରନ୍ତି।
ତୁଳା: ଉଚ୍ଚାଭିଳାଷୀ ହେବେ। ମନରେ ସେବାଭାବ ଜାଗ୍ରତ ହୋଇପାରେ। ଭାଗ୍ୟଶାଳୀ ହେବେ। ଦିନଟି ଭୋଗ-ବିଳାସରେ ଅତିବାହିତ କରିପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ-ଯାପନ କରିବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଦାମ୍ପତ୍ୟ ସୁଖ ମିଳିବ।
ବିଛା: ଇଚ୍ଛାକରୁଥିବା ସହାୟତା ନିଶ୍ଚିତ ମିଳିବ। ସ୍ବାସ୍ଥ୍ୟ ହାନି ଘଟିବାର ସମ୍ଭାବନା ଅଛି। ସ୍ବାଭିମାନୀ ହୋଇପାରନ୍ତି। ଯୁଗ୍ମ ବ୍ୟବସାୟରୁ ଲାଭପ୍ରାପ୍ତ ହେବେ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଯାନବାହନ ଚଳାଚଳରେ ସତର୍କତା ଅବଲମ୍ବନ କରିବେ।
ଧନୁ: ସ୍ବଳ୍ପ ଆୟ ହେବାର ସୂଚନା ମିଳୁଛି। ବନ୍ଧୁ ମିଳନରେ ବିଶେଷ ଉପକୃତ ହେବେ। ପରିବାରରେ ଅଗ୍ରଣୀ ଭୂମିକା ଗ୍ରହଣ କରିପାରନ୍ତି। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ବ୍ୟବସାୟ ଲାଭଜନକ ହେବ। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ।
ମକର: ସ୍ବାସ୍ଥ୍ୟ ଚିନ୍ତା ଦୂର ହେବ। ମନରେ ଗର୍ବଭାବ ବହନ କରିପାରନ୍ତି। ଭାଇମାନଙ୍କ ପ୍ରତି ଶ୍ରଦ୍ଧାଭାବ ରହିବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ଶତ୍ରୁହନ୍ତା ହେବେ। ଚାକିରି କ୍ଷେତ୍ରରେ ଉଚ୍ଚକର୍ତ୍ତୃପକ୍ଷଙ୍କ ଶ୍ରଦ୍ଧାଭାଜନ ହେବେ।
କୁମ୍ଭ: ଆୟ ଆଶାନୁରୂପ ହେବ। କିଛି ଉଦ୍ୟମ ନକରି ମଧ୍ୟ ଆକସ୍ମିକ ଧନଲାଭ ହୋଇପାରେ। ବ୍ୟବସାୟରେ ପ୍ରଚୁର ଧନଲାଭ ହେବ। ଚଞ୍ଚଳ ପ୍ରକୃତିର ହେବେ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ପତ୍ନୀ ଆଜ୍ଞାକାରିଣୀ ହୋଇପାରନ୍ତି।
ମୀନ: ପାରିବାରିକ ଜୀବନରେ ସୁଖଶାନ୍ତି ଆସିପାରେ। କେତେକ କ୍ଷେତ୍ରରେ ବାଦାନୁବାଦ ଉପୁଜିବ। ଉଦାର ସ୍ବଭାବର ହେବେ। ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। କୃଷିକ୍ଷେତ ଲାଭଦାୟକ ହେବ। ବୁଦ୍ଧିମାନ୍‌ ହୋଇପାରନ୍ତି।

Comments are closed.