ବଜ୍ରପାତରେ ୮ବର୍ଷର ଶିଶୁ ମୃତ, ୫ ଗୁରୁତର

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲା ସଦର ଥାନା ଅନ୍ତର୍ଗତ ସୁବଳୟା ଗ୍ରାମରେ ବଜ୍ରାଘାତରେ ଜଣେ ୮ବର୍ଷର ଶିଶୁର ମୃତ୍ୟୁ ଘଟିଥିଲାବେଳେ ୫ଜଣ ଶିଶୁ ଗୁରୁତର ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ, ଏକ ଗଛ ତଳେ ୬ଜଣ ପିଲା ଖେଳୁଥିବା ବେଳେ ବଜ୍ରପାତ ହୋଇଥିଲା। ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ୫ଜଣ ଶିଶୁ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ ଡ଼ାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରଯାଇଛି।

Comments are closed.