ବଜ୍ରପାତରେ ଜଣେ ମୃତ

ଆରଡି : ଭଦ୍ରକ ଜିଲା ଧୁଷୁରିଥାନା ଅଧିନସ୍ଥ ଗଡଗଡି ଗାଁରେ ଶନିବାର ବଜ୍ରପାତରେ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ସୂଚନା ମୁତାବକ, ଗଡଗଡି ଗାଁର ସୁରେନ୍ଦ୍ର ସ୍ବାଇଁ(୫୬) ରାତ୍ର ୮ଟା ସମୟରେ ଶୌଚ ପାଇଁ ଯାଉଥିବା ସମୟରେ ବଜ୍ରାଘାତ ହୋଇଥିଲା। ସଙ୍ଗେସଙ୍ଗେ ଘରଲୋକ ଭଦ୍ରକ ମୁଖ୍ୟ ଚିକିସ୍ରାଳୟକୂ ନେଇଥଇଲେ ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Comments are closed.