ବାଣ କାରଖାନାରେ ବିସ୍ଫୋରଣ; ୪ ମୃତ, ୨ ଆହତ

0

ଏଟା: ଉତ୍ତରପ୍ରଦେଶର ଏଟା ଜିଲାର ମିରହଚୀ ଅଞ୍ଚଳରେ ଏକ ବାଣ କାରଖାନାରେ ବିସ୍ଫୋରଣ ଘଟି ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, ଶନିବାର ସକାଳ ୧୧ଟାରେ ପ୍ରଥମେ ଗୋଟିଏ ବିସ୍ଫୋରଣ ହୋଇଥିଲା। ପରେ ଆହୁରି ଛୋଟ ବଡ ବିସ୍ଫୋରଣ ମଧ୍ୟ ହୋଇଥିଲା। ବିସ୍ଫୋରଣରେ ୪ ଜଣ ଯୁବତୀଙ୍କ ପ୍ରାଣ ହାନି ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି ​‌। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ନିକଟରେ ଥିବା ଏକ ମଧ୍ୟ ଭୁଶୁଡି ପଡିଥିବା ବେଳେ ଅନେକ ଘର କ୍ଷତିଗ୍ରସ୍ତ ହୋଇଛି । ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ବିସ୍ଫୋରଣ ବାଣ କାରଖାନା ଲାଇସେନ୍ସପ୍ରାପ୍ତ ବୋଲି ଜଣାପଡିଛି ।

Leave A Reply