ଆପଣଙ୍କ ଘରେ ସବୁବେଳେ ପିମ୍ପୁଡ଼ି ହେଉଛନ୍ତି କି? ଜାଣନ୍ତୁ ଏହା ଶୁଭ ନା ଅଶୁଭ

ସାଧାରଣତଃ ଅନେକ ସମୟରେ ଆପଣଙ୍କ ଘରେ ପିମ୍ପୁଡ଼ି ନିଶ୍ଚୟ ଦେଖା ଦେଉଥିବେ। ଏମାନେ ଅନେକ ଖାଦ୍ୟ ଦ୍ରବ୍ୟ ନଷ୍ଟ କରିବା ସହ ଆମକୁ କାମୁଡ଼ି ଥାଆନ୍ତି ମଧ୍ୟ। ହେଲେ କ’ଣ ଆପଣ ଜାଣନ୍ତି, ପିମ୍ପୁଡ଼ିଙ୍କ ସହ ଘରର ଲାଭ ଓ କ୍ଷତି ମଧ୍ୟ ଜଡ଼ିତ ଥାଏ। ପିମ୍ପୁଡ଼ି ଦୁଇ ପ୍ରକାରର ଥାଆନ୍ତି। କଳା ଓ ନାଲି ପିମ୍ପୁଡ଼ି। ତେବେ କଳା ପିମ୍ପୁଡ଼ିଙ୍କୁ ଶୁଭ ବୋଲି ମନେ କରାଯାଉଥିବା ବେଳେ ନାଲି ପିମ୍ପୁଡ଼ି ଅଶୁଭ ହୋଇଥାଏ ବୋଲି ବିଶ୍ଵାସ ରହିଛି। ଆସନ୍ତୁ ଜାଣିବା ଘରେ ନାଲି ପିମ୍ପୁଡ଼ି ହେଲେ କ’ଣ ଲାଭ କିମ୍ବା କ୍ଷତି ହୋଇଥାଏ–

କ’ଣ ହୋଇଥାଏ କ୍ଷତି :
-କୁହାଯାଏ ଯେ ଘରେ ଅଧିକ ସଂଖ୍ୟକ ନାଲି ପିମ୍ପୁଡ଼ି ଦେଖାଦେଲେ ଘରର କରଜ ବଢ଼ିଥାଏ।
-ଘରେ ଯଦି ଖାଦ୍ୟ ଏକାଠି କରୁଥିବା ନାଲି ପିମ୍ପୁଡ଼ି ଦେଖିବାକୁ ମିଳନ୍ତି, ତେବେ ଏହା ଆଗାମୀ ଦିନରେ ଆପଣଙ୍କ ଘରକୁ କିଛି ବିପଦ ଆସିବାର ସଙ୍କେତ ଦେଇଥାଏ।
-ନାଲି ପିମ୍ପୁଡ଼ି ହେଲେ ଘରେ ଲାଗିଥିବା ଗଛ, ଭୋଜନ, ଡ୍ରାଏଫୁଡ୍‌ ଆଦି ଖରାପ ତଥା ନଷ୍ଟ ହୋଇଯାଏ।
-ଏମାନେ ମଣିଷଙ୍କୁ କାମୁଡ଼ି ଥାଆନ୍ତି। ସେମାନେ କାମୁଡ଼ିବା ସ୍ଥାନରେ ନାଲି ରଙ୍ଗର ଚିହ୍ନ ହୋଇଯାଏ ଏବଂ ସେହି ଜାଗା ବହୁତ ଜୋରରେ କୁଣ୍ଡାଇ ହେବାକୁ ଲାଗେ।

କ’ଣ ହୋଇଥାଏ ଲାଭ :
-ଯେଉଁମାନେ ପିମ୍ପୁଡ଼ିଙ୍କୁ ଅଟା ଦେଇଥାଆନ୍ତି ଏବଂ ଛୋଟ ଛୋଟ ଚଢ଼େଇଙ୍କୁ ଚାଉଳ ଖାଇବାକୁ ଦେଇଥାଆନ୍ତି, ସେମାନଙ୍କୁ ବୈକୁଣ୍ଠପ୍ରାପ୍ତି ହୁଏ ବୋଲି ବିଶ୍ଵାସ ରହିଛି।
-କରଜରେ ବୁଡ଼ି ରହିଥିବା ଲୋକ ପିମ୍ପୁଡ଼ିଙ୍କୁ ଚିନି ଏବଂ ଅଟା ଦିଅନ୍ତୁ।
-ପିମ୍ପୁଡ଼ିଙ୍କୁ ଚିନି ମିଶା ଅଟା ଦେଲେ, ସେହି ଲୋକର ସମସ୍ତ ଦୁଃଖ ଓ ସଙ୍କଟ ଦୂର ହୋଇଯାଇଥାଏ।
-ଯଦି ବହୁ ପିମ୍ପୁଡ଼ି ଏକାସାଙ୍ଗେ ଗୋଟିଏ ଧାଡ଼ିରେ ଚାଲୁଥିବାର ଆପଣ ଦେଖୁଛନ୍ତି, ତା’ହେଲେ ଜାଣିନିଅନ୍ତୁ ଏହା ପ୍ରବଳ ବର୍ଷା ହେବାର ସଙ୍କେତ। ଏହାସହିତ ଭଲ ଫସଲ ହେବାର ମଧ୍ୟ ଏହା ସଙ୍କେତ ଦେଇଥାଏ।
-ପିମ୍ପୁଡ଼ିଙ୍କୁ ମାରିବା ପାପ ହୋଇଥାଏ ବୋଲି ମାନ୍ୟତା ରହିଛି।

Comments are closed.