www.samajalive.in
Monday, December 8, 2025
27.1 C
Bhubaneswar

ସକାଳୁ ଉଠି କରନ୍ତୁ ନାହିଁ ଏସବୁ କାମ : ନଚେତ୍ ସୃଷ୍ଟି ହେବ ନାନାଦି ସମସ୍ୟା

ସାଧାରଣତଃ ଆମର କିଛି ଖରାପ ଅଭ୍ୟାସ ଯୋଗୁଁ ଆମକୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ହେଲେ ଆମେ ସେ ବିଷୟରେ ଜାଣି ନପାରି ବିଭିନ୍ନ ଉପଚାର କରିବାରେ ଲାଗିଥାଆନ୍ତି। ଆଜିକାଲିର ଲୋକେ ବିଶେଷ କରି ଯୁବପୀଢିମାନଙ୍କର ଅନେକ ବଦ ଅଭ୍ୟାସ ରହୁଛି ଯଦ୍ବାରା ତାଙ୍କ ଶରୀର ଉପରେ ଏହାର ଅନେକ ଖରାପ ପ୍ରଭାବ ପଡ଼ୁଛି। ଏହି ସବୁ ଖରାପ ଅଭ୍ୟାସ ଯୋଗୁଁ ଶରୀର ଦୁର୍ବଳ ହେବା ସହ ନାନାଦି ରୋଗ ସୃଷ୍ଟି ହେଉଛି। ଏହି ଅଭ୍ୟାସଗୁଡ଼ିକୁ ତୁରନ୍ତ ବନ୍ଦ ନକଲେ ଶରୀର ପ୍ରତି ବହୁତ ବିପଦ ସୃଷ୍ଟି ହୋଇପାରେ। ଆସନ୍ତୁ ଜାଣିବା କ’ଣ ସେହି ସବୁ ଖରାପ ଅଭ୍ୟାସ –

-ସକାଳେ ଉଠିବା ପରେ ସଙ୍ଗେସଙ୍ଗେ ଫୋନ୍ ବ୍ୟବହାର କରିବା ଏକ ବଡ଼ ଖରାପ ଅଭ୍ୟାସ। ଏହାର କୁପ୍ରଭାବ ସିଧାସଳଖ ଆଖି ଉପରେ ପଡ଼ିଥାଏ। ସକାଳୁ ଶୋଇ ଉଠିବା ପରେ ଆଖି ଅତ୍ୟନ୍ତ କୋମଳ ଥାଏ। ଏହି ସମୟରେ ସ୍ମାର୍ଟଫୋନ୍ ବ୍ୟବହାର କରିବା ଦ୍ବାରା ଦୃଷ୍ଟିଶକ୍ତି ଖୁବଶୀଘ୍ର ଦୁର୍ବଳ ହୋଇଯାଇଥାଏ।

- Advertisement -

-ଆମ ମାନଙ୍କ ମଧ୍ୟରୁ ଅନେକ ଜଣ ବିଛଣା ଛାଡ଼ିବାର ତୁରନ୍ତ ପରେ ସ୍ନାନ କରିଥାଆନ୍ତି। ହେଲେ ଏପରି କରିବା ସ୍ବାସ୍ଥ୍ୟ ପକ୍ଷେ ହାନିକାରକ ସାବ୍ୟସ୍ତ ହୋଇଥାଏ। ସକାଳେ ଉଠିବାର ୧୫ରୁ ୨୦ମିନିଟ୍ ପରେ ଥଣ୍ଡା ପାଣିରେ ଗାଧୋଇବା ଉଚିତ୍। ଉଷୁମ ପାଣିରେ ଗାଧୋଇବା ଆଦୌ ଉଚିତ ନୁହେଁ।

-ବହୁତ ଲୋକ ସକାଳୁ ଉଠିବାର ତୁରନ୍ତ ପରେ ଚା’ ପିଇବାକୁ ପସନ୍ଦ କରନ୍ତି। କିନ୍ତୁ ଏହା ଶରୀର ଉପରେ ଅନେକ କୁପ୍ରଭାବ ପକାଇଥାଏ। କେବେହେଲେ ଖାଲି ପେଟରେ ଚା’ ପିଇବା ଉଚିତ ନୁହେଁ। ତେଣୁ ସବୁଦିନ ସକାଳେ ଉଠିବା ପରେ ପାଣି ପିଅନ୍ତୁ। ଏହାପରେ ଅନ୍ୟ କୌଣସି ଜିନିଷ ଖାଇପାରିବେ କିମ୍ବା ପିଇ ପାରିବେ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories