ଟିକେଟ୍‌ କରି ଟ୍ରେନରୁ ୨୦ ବର୍ଷରେ ୪୦୦ ଚୋରି, ଗୁଳି ବିନମୟ ପରେ ୩ଚୋର ଗିରଫ

ଲକ୍ଷ୍ମୌ .- ଉତ୍ତରପ୍ରଦେଶର ଚଂଦୋଲିରେ ପୁଲିସ ୩ ଜଣ ଚୋରଙ୍କୁ ଗୁଳି ବିନିମୟପରେ ଗିରଫ କରିଛି । ଏହି ଚୋରମାନେ ଗତ ୨୦ ବର୍ଷ ମଧ୍ୟରେ ୪୦୦ରୁ ଅଧିକ ଚୋରି କରିଥିବା ଜଣା ପଡିଛି । ଧରିପଡିବା ସମୟରେ ସେମାନଙ୍କ ନିକଟରୁ ୫ ଲକ୍ଷ ଟଙ୍କାର ଅଳଙ୍କାର ଓ ୨୬ହଜାର ଟଙ୍କା ଜବତ କରାଯାଇଛି । ଗିରଫ ହୋଇଥିବା ଚୋରଙ୍କ ମଧ୍ୟରେ ଜଣେ ମୀରଜାପୁର ଓ ବାକି ଦୁଇ ଜଣ ଚନ୍ଦୋଲିର ।

ଚନ୍ଦୋଲି ଅଧୀକ୍ଷକ ସନ୍ତୋଷ କୁମାରଙ୍କ ଅନୁସାରେ ଏହି ଚୋରମାନେ ଏକ ଚୋରି ପାଇଁ ଯୋଜନା କରୁଥିବା ବେଳେ ସୂଚନା ମିଳିଥିଲା । ଏହାପରେ ପୁଲିସ ସେମାନଙ୍କୁ ଚାରିପଟୁ ଘେରି ଯାଇଥିଲା । ସେମାନେ ପୁଲିସ ଉପରକୁ ଗୁଳି ଚଳାଇଥିଲେ । ପରେ ପୁଲିସ ସେମାନଙ୍କୁ ଗିରଫ କରିଥିଲା । ଏମାନେ ଟ୍ରେନର୍‌ରେ ଟିକେଟ୍‌ ବୁକ୍‌ କରି ଯାତ୍ରା କରୁଥିଲେ । ପରେ ତିନି ଜଣ ମିଶି ଯାତ୍ରୀମାନଙ୍କୁ ଲୁଟୁଥିଲେ । ଅନେକ ସମୟରେ ଯାତ୍ରୀମାନଙ୍କୁ ନିଶାଦ୍ରବ୍ୟ ଖୁଆଇ ଏମାନେ ଲୁଟୁଥିଲେ ।

ଏହି ଚୋରମାନେ ୪୦୦ରୁ ଅଧିକ ଲୋକଙ୍କୁ ଲୁଟିଥିବା ସ୍ୱୀକାର କରିଛନ୍ତି । ଚୋରି କରି ଏମାନେ ବଡ ଘର ଓ ଗାଡି କରିଛନ୍ତି ।

Comments are closed.